ବରାଳ ବାଲୁଙ୍କେଶ୍ୱର ମନ୍ଦିର କବାଟ ଭାଙ୍ଗି ହୁଣ୍ଡି ଲୁଟ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ--- ସୁଆଣ୍ଡୋ ରାସ୍ତା ର ବରାଳ ଗ୍ରାମରେ ପୂଜା ପାଉଥିବା ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ରେ ଥିବା ହୁଣ୍ଡି ବାକ୍ସ ଭାଙ୍ଗି ଦୁବୁର୍ତ୍ତ ମାନେ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଆଜି ସକାଳେ ସେବକ ମାନେ ମନ୍ଦିର କୁ ଯିବା ସମୟରେ ମନ୍ଦିର ଦ୍ଵାର ଭଙ୍ଗା ଯିବା ସହ ମନ୍ଦିର ମଧ୍ୟରେ ଥିବା ହୁଣ୍ଡି ବାକ୍ସ ଭଙ୍ଗା ଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପାଇଁ ସତ୍ୟବାଦୀ ଥାନା ଅଧିକାରୀଙ୍କ ନିଦ୍ଧେର୍ଶକ୍ରମେ ଅଫିସର ବୈଷ୍ଣବ ମହାରଣା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୁଟ ପରେ ହୁଣ୍ଡିରେ ରହିଯାଇଥିବା ଟଙ୍କା ଆଣିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ ଏହି ମନ୍ଦିରରୁ ତିନି ତିନିଥର ଚୋରି ହେଲାଣି। ମାତ୍ର କେବଳ ଥାନାରେ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ତୁରନ୍ତ ମନ୍ଦିରରେ ସିସି କ୍ୟାମେରା ଲଗାଇବା ପାଇଁ ଦାବି କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୫/୨୦୨୩----୮,୧୦ Sakhigopal News 23/5/2023
ବରାଳ ବାଲୁଙ୍କେଶ୍ୱର ମନ୍ଦିର କବାଟ ଭାଙ୍ଗି ହୁଣ୍ଡି ଲୁଟ
Reviewed by sakhigopal news
on
06:30
Rating: 5