ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ବାଲିଗୁଡ଼ା:-- କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲରେ ଅଗ୍ନିକାଣ୍ଡ ଘଟିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ହୋଟେଲ ବନ୍ଦ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୌଣସି କାରଣରୁ ହୋଟେଲରେ ନିଆଁ ଲାଗିଯାଇଥିଲା । ଖବରପାଇ ହୋଟେଲ ମାଲିକ ଏବଂ ଅଞ୍ଚଳବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ବେଳକୁ ସ୍ଥାନୀୟ ଲୋକମାନେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ହୋଟେଲରେ ଥିବା ରେଫ୍ରିଜିରେଟର, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଜଳି ପାଉଁଶ ହୋଇଯାଇଛି । ସେପଟେ କ୍ଷତିଗ୍ରସ୍ତ ହୋଟେଲ ମାଲିକ ଅସହାୟ ଅବସ୍ଥାରେ ଥିବା ବେଳେ ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୮/୫/୨୦୨୩---- ୭,୪୫ Sakhigopal News,28/5/2023