ଜଗନ୍ନାଥପ୍ରସାଦ ବ୍ଳକ ର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭିଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର - ୨୦୧୩ ମସିହାରୁ ବିଶ୍ବବ୍ୟାପୀ ‘ ଆର୍ଟ ଅଫ୍ ଗିଭିଂ ଡେ ’ ପ୍ରୟାସ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ ହୋଇଛି । ଏହି ଅଭିଯାନରେ ବିଶ୍ବର ଶତାଧିକ ରାଷ୍ଟ୍ରର ବହୁ ବ୍ୟକ୍ତି ଅନୁପ୍ରାଣୀତ ହୋଇ ସାମିଲ ହୋଇଛନ୍ତି । ସମାଜରେ ଖୁସି ,ସ୍ନେହ, ଶ୍ରଦ୍ଧା,ସଂପ୍ରୀତି ବଣ୍ଟନ ନିମନ୍ତେ ଏହି ପ୍ରୟାସ ଅନ୍ୟକୁ ପ୍ରେରଣା ଯୋଗାଇଛି । ପ୍ରତିବର୍ଷ ମେ ୧୭ ତାରିଖରେ ବିଭିନ୍ନ ବିଷୟବସ୍ତୁ ଉପରେ ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ‘ ଆର୍ଟ ଅଫ୍ ଗିଭିଂ ’ ଦିବସ ପାଳନ କରାଯାଇ ଆସୁଛି । ଚଳିତବର୍ଷ ମେ ୧୭ ତାରିଖରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ସମଗ୍ର ବିଶ୍ବରେ ପାଳନ ହେଉଥିବା ବେଳେ ଏହାର ବିଷୟବସ୍ତୁ ରହିଛି ‘ ହେଲ୍ପିଂ ଦ ହେଲ୍ ’ ( ସାହାଯ୍ୟକାରୀକୁ ସାହାଯ୍ୟ ) ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ୩ଟି ଜିଲ୍ଲାପରିଷଦ ଜୋନ ର ୩ଟି ଗ୍ରାମ ପଂଚାୟତରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଙ୍କ ପୌରହିତ୍ୟ ରେ ଆର୍ଟ ଅଫ୍ ଗିଭିଂ ଡେ ଅନୁଷ୍ଠିତ ହୋଇଯାଇଛି । ବି.ଡି.ପୁର ଗ୍ରାମପଂଚାୟତ,କାଦୁଆ ଗ୍ରାମପଂଚାୟତ ଏବଂ ପ୍ରତାପପୁର ଗ୍ରାମପଂଚାୟତ ର ୬୦ ଉର୍ଦ୍ଧ ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ , ସ୍ବେଛାସେବୀ ଏବଂ ବିଭିନ୍ନ ସାହାଯ୍ୟକାରୀ ମହିଳା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ ବସ୍ତ୍ର, ଖାତା, ପେନ ଭଳି ବିଭିନ୍ନ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା । ଡଃ ସାମନ୍ତ ଙ୍କ ଦ୍ବାରା ପରିକଳ୍ପିତ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇ ଥିବା ବେଳେ ସାହାଯ୍ୟକାରୀ ଙ୍କୁ ସାହାଯ୍ୟ କରିବାର ଚିନ୍ତାଧାରା ରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ଅନୁପ୍ରାଣିତ ହୋଇଥିଲେ । ଏହି କାଯ୍ୟକ୍ରମ ରେ ବି.ଡି.ପୁର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ବି.ଡି.ପୁର ଗ୍ରାମପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ, ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ସାଂସଦଙ୍କ ବ୍ଲକ ସଂଯୋଜକ ପ୍ରିୟ ରଞ୍ଜନ ରଥ,ଚକ୍ରଧର ପାଣିଗ୍ରାହୀ, ମଧୁସୂଦନ କର, ଜିତେନ୍ଦ୍ର କୁମାର ରଥ,ପ୍ରଭାତ କୁମାର ବାରିକ, ବିଦେଶୀ ଖଟେଇ,ଟୁକୁନା ପ୍ରଧାନ,ବିଜୟ କୁମାର ପ୍ରଧାନ,କାଦୁଆ ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ରୁନି ଲତା ସାହୁ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ,ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସରୋଜ କୁମାର ସାହୁ, ଏସ୍. ନୀଳାଞ୍ଚଳ ଚୌଧୁରୀ ସନ୍ତୋଷ କୁମାର ନାୟକ,ଓ ପ୍ରତାପ ପୁର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ପ୍ରଭାତି ନାୟକ,ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ,ସନ୍ତୋଷ ମହାପାତ୍ର, ରଙ୍କନିଧି ଗୌଡ଼, ଦୈତାରୀ ଜେନି ପ୍ରମୁଖ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୫/୨୦୨୩----୭,୨୦ Sakhigopal News,19/5/2023