Breaking News

ଶ୍ରୀ ସତ୍ୟସାଇ ବାଳବିକାଶ କେନ୍ଦ୍ରର୫୨ତମ ବାର୍ଷିକ ଉତ୍ସବ



ସାକ୍ଷୀଗୋପାଳ---- ସତବାଦୀ ବ୍ଳକ ବୀରରାମଚନ୍ଦ୍ରପୁର ସ୍ଥିତ ବାଳ ବିକାଶ କେନ୍ଦ୍ରର ୫୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଅତିଥି ମାନେ ଶ୍ରୀ ସତ୍ୟସାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବାର୍ଷିକ ଉତ୍ସବରେ ଅତିଥି ଭାବେ ଶ୍ରୀ ସଚ୍ଚିଦାନନ୍ଦ ନନ୍ଦ, ଶ୍ରୀ ସୁଧାଂଶୁ କୁମାର ନାୟକ ଓ ଶ୍ରୀମତି ପ୍ରତିମା ମିଶ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ସତ୍ୟସାଇଙ୍କ ନୀତି ବା ଆଦର୍ଶକୁ  ଅନୁସରଣ କରିଲେ  ଜଣେ ଜଣେ ଭଲ ମଣିଷ ହୋଇ ପାରିବା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପିଲା ମାନଙ୍କୁ ନେଇ ଶ୍ରୀ ସାଇଭଜନ ଗାନ କରି ଗ୍ରାମ ପରିକ୍ରମା କରାଯିବା ସହ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଅନୁଷ୍ଠାନ ପକ୍ଷରୁ ପୁରଷ୍କାର ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ରଥ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ମତି ରାଜଲକ୍ଷ୍ମୀ ମିଶ୍ର, ଓ ସାଇ ଆଶ୍ରିତା ରଥ ପରିଚାଳନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୩---୭,୧୦   Sakhigopal News, 16/5/2023

Blog Archive

Popular Posts