ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ, ମାଓ କ୍ୟାମ୍ପ ଠାବ ମାରଣାସ୍ତ୍ର ଜବତ
କନ୍ଧମାଳ---- କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିନ୍ଧି ପଙ୍ଖାଲ ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି l ଉଭୟ ଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା l ସୁରକ୍ଷାକର୍ମୀ ଙ୍କ ପାଲଟା ଜବାବ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି l ସୁରକ୍ଷାକର୍ମୀ ଙ୍କ ପକ୍ଷରୁ ଏବେ ବି ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଜାରୀ ରହିଥିବା ସୂଚନା ମିଳିଛି l sog ପକ୍ଷରୁ ଟିମ ତୁମୁଡିବନ୍ଧ ଥାନା ଅଂଚଳର ସିନ୍ଧି ପଙ୍ଖାଲ ଜଙ୍ଗଲ ରେ କମ୍ବିଂ ଅପେରସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ତେବେ ପୂର୍ବ ସୂଚନା ଅନୁଯାୟୀ sog ଯବାନ ସତର୍କତା ସହ ଜଙ୍ଗଲ ର ଚତୃର୍ଦିଗ ରେ ଘେରି ରହିଥିଲେ । ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ପରେ ମାଓବାଦୀ ଗୁଳି ଚାଳନା କରିଥିଲେ l କିନ୍ତୁ ସୁରକ୍ଷାକର୍ମୀ ଙ୍କ ପାଲଟା ଜବାବ ରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ l ସୁରକ୍ଷାକର୍ମୀ ଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ ହୋଇଛି l ମାଓ କ୍ୟାମ୍ପ ରୁ ତିନି ବନ୍ଧୁକ, ଟିଫିନ, ବିସ୍ପୋରକ ସହ ମାଓ ପୋଷାକ ସମେତ ମାଓ ସାମଗ୍ରୀ ଜବତ ହୋଇଛି l ଏବେ ବି କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି l