ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଡେଲାଙ୍ଗ ------ ଶ୍ରୀପୁରୁଷୋତ୍ତମପୁର ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ ପାଳନ ସହିତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷା କର୍ମଚାରୀ ତଥା ସଂକୀର୍ତ୍ତନ ଗାୟକ ଲଳିତ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଅତିଥି ଭାବେ ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ସରପଞ୍ଚ ହିରଣ୍ମୟୀ ମହାପାତ୍ର, ଡେଲାଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷ ଅଭୟ ଚରଣ ରାଉତରାୟ,ଏବିଇଓ ଲକ୍ଷ୍ମଣ ପ୍ରଧାନ, ଶିକ୍ଷାବିତ୍ ବିରଞ୍ଚିନାରାୟଣ ମହାନ୍ତି, ଆଲୁମିନ୍ ସଭାପତି ଅସିତ୍ ମିଶ୍ର, ଅକ୍ରୁର ବରାଳ, ସାହିତ୍ୟିକ ସତ୍ୟବାଦୀ ଦାଶ, ଲେଖିକା ସୁନନ୍ଦା ମହାନ୍ତି, ପ୍ରଧାନ ଶିକ୍ଷକ ଧୃବଚରଣ ବରାଳ, ନିରଞ୍ଜନ ସାହୁ, କୈଳାସ ମହାପାତ୍ର,ରଙ୍ଗନାଥ ଦାଶ, ସିଆରସିସି ପବିତ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା, ଶିକ୍ଷକ ସନ୍ତୋଷ ପାଣି,ଅଭୟ ଚରଣ ସାହୁ, ଶିକ୍ଷୟିତ୍ରୀ ବିନୋଦିନୀ ମହାପାତ୍ର,ଗାୟକ ଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ। ୧୯୬୮ମସିହାରେ ସ୍ଥାପିତ ଏହି ଗରିମାୟ ବିଦ୍ୟାଳୟର ଐତିହାସିକ ତଥ୍ୟ, ସ୍ବର୍ଗତ ବିଶ୍ଵନାଥ ମିଶ୍ର ଓ ଅନ୍ୟମାନଙ୍କ ଅବଦାନ ,ଛାତ୍ର ଛାତ୍ରୀ ମାନଙ୍କ ପୂର୍ଣ୍ଣାଙ୍ଗ ବିକାଶର ଧାରା ଓ ନୈତିକ ଶିକ୍ଷା ଉପରେ ଆଲୋକପାତ୍ କରିଥିଲେ। ଏହି ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷା କର୍ମଚାରୀ ଲଳିତ କୁମାର ସାହୁଙ୍କ ମହତଗୁଣ ସମ୍ପର୍କରେ ସମସ୍ତେ କହିବା ତାଙ୍କର ନିରାମୟ ଜୀବନ କାମନା କରିଥିଲେ । ମଞ୍ଚରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବାସହ ଶ୍ରୀ ସାହୁଙ୍କୁ ମାନପତ୍ର ଉପଢୌକନ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଅଧ୍ୟକ୍ଷତା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ସନ୍ତୋଷ କୁଣ୍ଡୁ ମଞ୍ଚ ପରିଚାଳନା କରିଥିଲେ। ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ପ୍ରଧାନଶିକ୍ଷକ ଓ ଅନ୍ୟ ସମସ୍ତେ ମିଳିମିଶି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସବିତା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ବସନ୍ତ ପ୍ରଧାନ, ମିହିର ମିଶ୍ର, ସତ୍ୟବ୍ରତ ମିଶ୍ର, ଗୋଦାବରୀ ସ୍ବାଇଁ, ପଲ୍ଲୀଶ୍ରୀ ସେଠୀ,ନନ୍ଦିତା ବେହେରା,ସେନହଲତା ସାହୁ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ନିର୍ଜନେଶ୍ ଓ ଛାତ୍ରୀ ଅନୁପମା ଅନୁଭୁତି ବର୍ଣ୍ଣନା କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୫/୨୦୨୩----୯,୦୦
Sakhigopal News,16/5/2023