ଦୈବୀ ଦୁର୍ଘଟଣା କୁ ନେଇ ବିଜେପି ହୀନ ରାଜନୀତି ରୁ ନିବୃତ୍ତ ରହୁ.. ଆଦିବାସୀ ସଂଘ
ବଲାଙ୍ଗିର.ସଇଁତଲା ----ବିଜେପି ନିଜେ ଆଦିବାସୀ ବିରୋଧି ଦଳ. ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ କୁ କମଜୋର କରିଛି। ସଂରକ୍ଷଣ ଆଇନ କୁ ଦୁର୍ବଳ କରୁଛି। ଆଦିବାସୀ ଙ୍କ ଜମି, ଜଳ,ଜଙ୍ଗଲ ଅଧିକାର ଆଇନ କୁ ଉଛେଦ କରୁଛି ଏବଂ ଆଦିବାସୀ ମାନଙ୍କୁ ଉଚ୍ଚ ଶିକ୍ଷା ରୁ ବଞ୍ଚିତ କରୁଛି l ବିଜେପି ସରକାର ଆଦିବାସୀ ଯୁବକ ମାନଙ୍କୁ ପୂର୍ବଭଳି ସ୍ୱତନ୍ତ୍ର ନିଯୁକ୍ତି ସୁବିଧା ପ୍ରଦାନ କରୁନାହିଁ l ଆଦିବାସୀ ଇଲାକାରେ ନେଟ ୱାର୍କ ସୁବିଧା କରୁନାହିଁ । କେନ୍ଦ୍ର ବିଜେପି ସରକାର ଆଦିବାସୀ ଅଞ୍ଚଳ ରେ ସ୍କୁଲ,କଲେଜ, ହଷ୍ଟେଲ,ଆଇ.ଟି.ଆଇ. ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରୁନାହିଁ । କିନ୍ତୁ ଦୁର୍ଘଟଣା ମାମଲା କୁ ନେଇ ଆଦିବାସୀ ନେତା ସାଂସଦ ନିରଞ୍ଜନ ବିଶି ଙ୍କ ନାମରେ ବିଜେପି ଦେଇଥିବା ମନ୍ତବ୍ୟ ମିଥ୍ୟା,ମନଗଢା, କପୋଳ କଳ୍ପିତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପ୍ରେସ ବିବୃତ୍ତି ରେ କୁହାଯାଇଛି l କେନ୍ଦ୍ର ବିଜେପି ସରକାର ଆଦିବାସୀ ବିରୋଧି କାର୍ଯ୍ୟ କରୁଛି l ସେହି ଦଳ ର ନେତା ଆଦିବାସୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ହାସ୍ୟାସ୍ପଦ ଘଟଣା ବୋଲି ସଂଘ ପ୍ରକାଶ କରିଛି l ବିଜେପି ଆଦିବାସୀ ମାନଙ୍କ ବିକାଶ କୁ ସହ୍ୟ କରି ପାରେନାହିଁ l ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ତଥା ରାଜ୍ୟସଭା ସାଂସଦ ଙ୍କୁ ମଧ୍ୟ ବିଜେପି ଦଳ ସହ୍ୟ କରି ପାରୁନାହିଁ l କାରଣ ଆଦିବାସୀ ମାନେ ସବୁବେଳେ ଅବହେଳିତ, ଉପେକ୍ଷିତ, ଅଶିକ୍ଷିତ ହୋଇ ରହନ୍ତୁ ବୋଲି ବିଜେପି ର ଗୁପ୍ତ ଏଜେଣ୍ଡା ରହିଛି । ଆଦିବାସୀ ମହାସଂଘ ର ମହାସଚିବ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଦିବାସୀ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ । ସାଂସଦ ହେଲା ପରେ ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ବିକାଶ, ଆଦିବାସୀ ଙ୍କ ଜମି ଜଳ ଜଙ୍ଗଲ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି l ଯାହାକୁ ବିଜେପି ଦଳ ଇର୍ଷାପରାୟଣ ହୋଇ ଅସହ୍ୟ ପ୍ରକାଶ କରୁଛି ବୋଲି ସଂଘ ର ବ୍ଲକ ସଭାପତି ସନ୍ତୋଷ ପୁଟା ପ୍ରକାଶ କରିଛନ୍ତି l ବିଜେପି ନେତା ମାନେ ଆଦିବାସୀ ଲୋକ ତଥା ଆଦିବାସୀ ସମ୍ପ୍ରଦାୟ ର ସରକାରୀ କର୍ମଚାରୀ ମାନଙ୍କ ପ୍ରତି ନିର୍ଯାତନା କରିଥିବାର ବହୁତ ଉଦାହରଣ ରହିଛି l ସେ ସବୁ ମାମଲା ରେ ସମ୍ପୃକ୍ତ ଥିବା ବିଜେପି ନେତା ମାନଙ୍କ ବିରୁଦ୍ଧରେ ମଧ୍ୟ ଆଦିବାସୀ ମାନେ ଆନ୍ଦୋଳନ କରିବୁ ବୋଲି ଶ୍ରୀ ଶବର ଚେତାବନୀ ଦେଇଛନ୍ତି l ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟଙ୍କଧର ହେଉଛନ୍ତି ସାଂସଦ ଶ୍ରୀ ବିଶି ଙ୍କ ଆତ୍ମୀୟ ସମ୍ପର୍କ ଲୋକ l ସେଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହିତ ନିଜେ ଗାଁ କୁ ଯାଇ ଶବସତ୍କାର କରିଥିଲେ l ପରିବାର ସଦସ୍ୟ ଏବଂ ଜାତି ସମାଜର ବନ୍ଧୁ ବର୍ଗ ଙ୍କୁ ଭେଟି ଆଲୋଚନା କରିଛନ୍ତି l ଟଙ୍କଧର ଙ୍କ ପରିବାର ନିଜ ସମ୍ପର୍କୀୟ ହୋଇଥିବା ରୁ ପରିବାର ସଦସ୍ୟ ଙ୍କ ସମସ୍ତ ପ୍ରକାର ସୁବିଧା ବୁଝିବେ ବୋଲି ସାଂସଦ ଶ୍ରୀ ବିଶି ଆଲୋଚନା କରିସାରିଛନ୍ତି l ତେଣୁ ବିଜେପି ଦଳ ହୀନ ରାଜନୀତି ରୁ କ୍ଷାନ୍ତ ରହୁ ବୋଲି ସଂଘ ତରଫରୁ ସଭାପତି ସନ୍ତୋଷ ପୁଟା, ସମ୍ପାଦକ ଟଙ୍କଧର ଧରୁଆ ଚେତାବନୀ ଦେଇଛନ୍ତି l
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୭/୫/୨୦୨୩----୧୧,୧୦ Sakhigopal News,27/5/2023