Breaking News

ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ସାହିତ୍ୟିକ ଭାବରେ ବିପିନ ବିହାରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା




ଜଟଣୀ,----  ସାରସ୍ବତ ସାଧକ ବିପିନ ବିହାରୀ ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ବରିଷ୍ଠ ସାହିତ୍ୟିକ ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିପାଇଁ ବିପିନ ବିହାରୀ ପାଠାଗାର ଠାରେ ଏକ ସମ୍ବର୍ଦ୍ଧନା ସଭା ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ଓ ବିପିନ ବିହାରୀ ପାଠାଗାରର କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭ୍ୟ ପ୍ରଫେସର (ଡ.) ବିବେକାନନ୍ଦ
ପାଣିଗ୍ରାହୀ ଓ ଗବେଷକ ତଥା ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ଗୋପାଳକୃଷ୍ଣ ଦାସ ଅତିଥ୍ ଭାବରେ ଯୋଗ ଦେଇଥିଲେ । ଉପସ୍ଥିତ ସାହିତ୍ୟ ପ୍ରେମୀ,ସାହିତ୍ୟିକ ଓ ଅତିଥିମାନେ ବିପିନ ବାବୁଙ୍କ କୃତି ଓ  ସମ୍ପର୍କରେ  ବକ୍ତବ୍ୟ ରଖିଥିଲେ । ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।  ବିପିନ ବାବୁ ତାଙ୍କ ଦୀର୍ଘ ସାହିତ୍ୟିକ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ସମ୍ପାଦକ ପ୍ରଭାତ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଇଂ. ରାଜେନ୍ଦ୍ର ପ୍ରସାଦ ନାୟକ ଅତିଥ୍ ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ପ୍ରହଲ୍ଲାଦ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୫/୨୦୨୩-୭,୪୦ Sakhigopal News,15/5/2023

Blog Archive

Popular Posts