ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜପ୍ରତିବାଦ ରେ 8 ଘଣ୍ଟିଆ କୋଟଗଡ଼ ବନ୍ଦ ଡାକରା
କନ୍ଧମାଳ ---ବିଦ୍ୟୁତ କାଟ ଓ ଲୋ ଭୋଲଟୋଜ ସମସ୍ୟା ପ୍ରତିବାଦ ରେ 8 ଘଣ୍ଟିଆ କୋଟଗଡ଼ ବନ୍ଦ ଡାକରା ଦେଇଛି ବଣିକ ସଂଘ ଓ କଳାଶ୍ରୀ ଯୁବକ ସଂଘ । କୋଟଗଡ଼ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହୋଉଥିବା ନେଇ ଜନ ଅସନ୍ତୋଷ ପୂର୍ବ ରୁ ଦେଖାଦେଇଥିଲା । ବାରମ୍ବାର ପ୍ରତିବାଦ ଓ ଦାବି ପରେ ମଧ୍ୟ ବିଦ୍ୟୁତ ବିଭ୍ରାଟ ନେଇ ପଦକ୍ଷେପ ନିଆ ଯାଇନଥିବାରୁ ବୁଧବାର ସକାଳ 6 ରୁ ଦିନ 2 ଟା ଯାଇଁ କୋଟଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା କୁ କୋଟଗଡ଼ ଅଞ୍ଚଳର ସମସ୍ତ ଜନ ସାଧାରଣ ସମର୍ଥନ କରିଛନ୍ତି । ଯାହାର ପ୍ରଭାବ ରେ କୋଟଗଡ଼ ର ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୫/୨୦୨୩---୨,୧୦ Sakhigopal News,31/5/2023