ଓଡିଶା ମାର୍କେଟ ରୁ ବନ୍ଦ ହେଲା ହିରୋ ଇଲେକ୍ଟ୍ରୋନିକ୍ସର ସେବା
ସାକ୍ଷୀଗୋପାଳ---- ଓଡିଶା ମାର୍କେଟ ରୁ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଦେଶରେ ନୂତନ ଭାବେ ସ୍ମାର୍ଟ ପ୍ରଡକ୍ଟ ବିକ୍ରୟ କମ୍ପାନୀ ହିରୋ ଇଲେକ୍ଟ୍ରୋନିକ୍ସ।ଦୁଇ ବର୍ଷ ତଳେ ଏହି କମ୍ପାନୀ କ୍ୟୁବୋ ନାମରେ କିଛି ୱାଇଫାଇ ସିସିଟିଭି କ୍ୟାମେରା ପ୍ରଡକ୍ଟ ମାର୍କେଟ ରେ ଲଞ୍ଚ କରିଥିଲା କମ୍ପାନି ।କମ୍ପାନୀ ପାଇଁ ସ୍ଥାନୀୟ ରିଜିଓନାଲ ସେଲେସ ଅଫିସର ଦୀର୍ଘ ଦୁଇ ବର୍ଷ ତଳେ ବହୁତ ପରିଶ୍ରମ କରି ଏକ ନୂତନ ଡିଷ୍ଟ୍ରିବୁଟର୍ସ ଆପଟମେଣ୍କ କରିବା ସହ ଏହାର ପ୍ରଡକ୍ଟ କୁ ଭୁବନେଶ୍ୱର,ପୁରୀ ଓ କଟକ ରେ ପାଖାପାଖି ୧୫୦ ଟି ରିଟେଲ ଆଉଟ ଲେଟ ରେ ବିତରକ ଙ୍କ ପାଖରେ ପହଞ୍ଚାଇ ଥିଲେ। କିନ୍ତୁ କମ୍ପାନୀ ଏହାର ସେବା ଓ ଆଖି ଦୃଶିୟା ଅଫର କି କୌଣସି ମାର୍କେଟିଂ ସପୋର୍ଟ ଦେଇ ନଥିଲେ । କିନ୍ତୁ ଶ୍ରୀ ନାୟକ ଙ୍କ ଉପରେ ବିନା କୌଣସି ସପୋର୍ଟ ରେ ବ୍ୟବସାୟ ୧୦ଗୁଣା ବଢାଇବାକୁ ଚାପ ପ୍ରୟୋଗ କରିଥିଲେ। ଫଳରେ ଶ୍ରୀ ନାୟକ ଏହାକୁ ଖୋଲା ଖୋଲି ଭାବେ ବିରୋଧ କରିଥିଲେ। ଏ ନେଇ ସ୍ଥାନୀୟ ଡିଷ୍ଟ୍ରିବୁଟର୍ସ ଙ୍କୁ ମଧ୍ୟ ଅଵଗତ କରାଇଥିଲେ । ଡିଷ୍ଟ୍ରିବୁଟର୍ସ କମ୍ପାନୀ ର ଟାର୍ଗେଟ ନିୟମ କୁ ପାଳନ କରିବାରେ ବିଫଳ ହୋଇଥିଲେ।ଫଳରେ ୨୭ ଏପ୍ରିଲ ୨୦୨୩ ତାରିଖର ଦିନ କମ୍ପାନୀର ଡିଷ୍ଟ୍ରିବୁସନ ହେଡ ଶ୍ରୀଧର ରେଡି ସ୍ଥାନୀୟ କ୍ଷେତ ପରିଚାଳକ ତୁଷାର ରଞ୍ଜନ ନାୟକ ଙ୍କୁ ଫୋନ ମାଧ୍ୟମରେ ଅଵଗତ କରାଇଥିଲେ କି କମ୍ପାନୀ ର ଯାହା ଆବଶ୍ୟକତା ଥିଲା ତାହା ଓଡିଶା ମାର୍କେଟ ରୁ ମିଳି ପାରିଲା ନାହିଁ । ସେଥିପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଉଛି କି ଓଡିଶା ମାର୍କେଟ ରୁ କମ୍ପାନୀ ବ୍ୟବସାୟ କରିବାରୁ ଓହରି ଯିବା ସହ ଏହାର କର୍ମଚାରୀ ଙ୍କୁ ମଧ୍ୟ ପ୍ରତ୍ୟାହାର କରିନେବ।ଏବଂ ଡିଷ୍ଟ୍ରିବୁଟର୍ସଙ୍କୁ ଅନୁରୋଧ କରିଛି ସମସ୍ତ ବ୍ୟବସାୟୀ ଙ୍କ ଠାରୁ ଏହାର ଷ୍ଟକ ଫେରସ୍ତ ନେବା ସହ କ୍ରେଡିଟି ନୋଟ ପ୍ରଦାନ ପାଇଁ। ଅନ୍ୟ ପଟେ ହଟାତ ବ୍ୟବସାୟ କୁ ବନ୍ଦ କରି ଏହାର କର୍ମଚାରୀ ଙ୍କୁ କିଛି ନୋଟିସ ନଦେଇ ଏଭଳି ପଦକ୍ଷେପ ନେଇଥିବରୁ ଶ୍ରୀ ନାୟକ ଆଇନ ର ସହାୟତା ଲୋଡିଛନ୍ତି। କିନ୍ତୁ ଏଠି ବଡ଼ ପ୍ରଶ୍ନ ଉଠୁଛି ଯଦି ଯେଉଁ କର୍ମଚାରୀ ଜଣକ କମ୍ପାନୀ କୁ ଓଡିଶା ମାର୍କେଟ ରେ ପରିଚୟ ସୃଷ୍ଟି କରାଇଲେ ସେହି କମ୍ପାନୀ ତାଙ୍କୁ ପ୍ରତ୍ୟାହାର କଲା । ଯେNews ଉଁ ଗ୍ରାହକ ଏହି କମ୍ପାନୀ ର ପ୍ରଡକ୍ଟ କିଣିଛନ୍ତି ସେ କିଭଳି ଭାବରେ ଆଗକୁ ସେବା ସହ ୱାରେଣ୍ଟି ପାଇବେ ତାହା ଚିନ୍ତାର କାରଣ ହୋଇ ପଡ଼ିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୧/୫/9୦---୫,୩୫ Sakhigopal News 21/5/2023