Breaking News

ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ


ଭଂଜନଗର - କନ୍ଧମାଳ ରୁ କଲିକତାକୁ ଗଞ୍ଜେଇ ଚାଲାଣ ଘଟଣା ରେ ୪ ଜଣଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ସେମାନଙ୍କ ଠାରୁ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି । ସୂଚନା ମୁତାବକ ଭଂଜନଗର ପୋଲିସ ପେଟ୍ରୋଲିଂ ବେଳେ, ନିକଟସ୍ଥ ନିଧିଆପଲ୍ଲୀ ଛକ ନିକଟ ଏକ ବିଶ୍ରାମାଗାର ରେ ତିନିଜଣ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିଲେ । ପୋଲିସ ସେମାନଙ୍କୁ ଯାଞ୍ଚ କରିବା ବେଳେ, ୨ ଟି ବସ୍ତାରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା । ଘଟଣା ସ୍ଥଳରୁ ସେମାନଙ୍କୁ ଆଣି ପଚରା ଉଚୁରା ପରେ ଜଣା ପଡ଼ିଥିଲା କନ୍ଧମାଳ ରୁ କଲିକତାକୁ ଗଞ୍ଜେଇ ଚାଲାଣ କରୁଥିଲେ । ସେମାନଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗର ରାଜୁ ଶଙ୍କର, ଉତ୍ତମ କୁମାର ସିଂ, ସମୀର କୁମାର ଦୁବେ । ଏହା ସହ ନିଧିଆପଲ୍ଲୀ ନିକଟରେ ଏମାନେ ଯେଉଁ ଘରୋଇ ବସ କୁ ଅପେକ୍ଷା କରିଥିଲେ, ଗଞ୍ଜେଇ ନେବାପାଇଁ, ସେହି ବସ୍ ର ହେଲପର ଏମାନଙ୍କୁ ଗଞ୍ଜେଇ ଚାଲାଣ ରେ ସହଯୋଗ କରୁଥିବାରୁ ସଂପୃକ୍ତ ହେଲପର୍ ଧର୍ମେନ୍ଦ୍ର ପଟନାୟକ କୁ ମଧ୍ୟ ଗିରଫ କରିଛି ପୋଲିସ। ଏବଂ ସେମାନଙ୍କ ଠାରୁ ୩୪୦୦ ଟଙ୍କା ଜବତ କରି ୫୮୪/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଭଂଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୩/୫/୨୦୨୫ ---୮,୧୦ Sakhigopal News,23/5/2025

Blog Archive

Popular Posts