Breaking News

ଦେଶି ମଦ ସହିତ ଭାଙ୍ଗ ଜବତ, ବେଆଇନ ନିଶା ବେପାରୀ ତିନି ଜଣ ଗିରଫ


ପୁରୀ---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି। ଉକ୍ତ ଟିମ କୃଷ୍ଣପ୍ରସାଦ ଥାନା ଅଧୀନରେ ଚିଲିକା ନୂଆପଡା, ମାଲୁଦ ବଜ଼ାର ଏବଂ ବ୍ରାହ୍ମଣଦେଓ ଗ୍ରାମରେ ଚଢ଼ାଉକରୀ ତିନି ଜଣ ଆସାମୀଙ୍କୁ ବେଆଇନ ଦେଶୀରନ୍ଧା ମଦ ଏବଂ ଭାଙ୍ଗ ବିକ୍ରି କରିବା ଅଭିଯୋଗରେ ଗିରଫ କରିଛି। ସେମାନେ ହେଲେ ଶଶିକାନ୍ତ ଜେନା, ବୟସ-42
ଗାଁ-ଚିଲିକା ନୂଆପଡା,ଥାନା-କୃଷ୍ଣପ୍ରସାଦଜିଲ୍ଲା-ପୁରୀ । ମାନସ ରଞ୍ଜନ ବିଶୋଇ, ବୟସ-37
ଗାଁ-ଏଚ ବୁରୁଡ଼ି,ଥାନା-ରମ୍ଭାଜିଲ୍ଲା-ଗଞ୍ଜାମ।
ଚନ୍ଦ୍ରକାନ୍ତ ରଣସିଂହ, ବୟସ-52,ଗାଁ-ବ୍ରାହ୍ମଣଦେଓ
ଥାନା-କୃଷ୍ଣପ୍ରସାଦ,ଜିଲ୍ଲା-ପୁରୀ ତାଙ୍କ ପାଖରୁ 104 ଲିଟର ଦେଶୀରନ୍ଧା ମଦ ଏବଂ 8 କି:ଗ୍ରା ଭାଙ୍ଗ ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-24, 25, 26/23-24 ରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଜ଼ାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାର କୁ ପଠାଯାଇଛି ।ଏହି ଚଢ଼ାଉରେ ASI ପୂର୍ଣ୍ଣଚନ୍ଦ୍ର ନାୟକ, ମାନସ କୁମାର ମିଶ୍ର, staff- ସଂଜିପ ହସ୍ତୀ, ପ୍ରବୀଣ ବିରାଜ କିରୋ, ଜ୍ୟୋତିସ୍ମିତା,ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୫/୨୦୨୩---୮,୪୦ Sakhigopal News,23/5/2023

Blog Archive

Popular Posts