ତାଲୁକା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସଚେତନତା
କନ୍ଧମାଳ--- କନ୍ଧମାଳ ଜିଲ୍ଲା କୋଟଗଡ଼ ତାଲୁକା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀଦ୍ଧାର୍ଥ ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଦିବ୍ୟାଙ୍ଗ ମାନେ ଭିନ୍ନକ୍ଷମ ହେଲେ ମଧ୍ୟ ସେମାନେ କିଭଳି ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନାରେ ସେମାନେ କିଭଳି ସାମିଲ ହୋଇପାରିବେ ଏବଂ ଏହାର ସମ୍ପୂର୍ଣ୍ଣ ଲାଭ ପାଇବେ ସେନେଇ ଆଲୋଚନା କରାଯାଇଥିଲା । ଏଥିସହିତ ଯୋଜନାରେ ସାମିଲ ହେବାପାଇଁ ଆବଶ୍ୟକ କାଗଜପତ୍ର କିଭଳି ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୪ଜଣ ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ୭ଟି ଅଭିଯୋଗର ସମାଧାନ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ଅଭିଯୋଗ ଗୁଡ଼ିକର ଶୀଘ୍ର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଅଧିକାରୀ । ଏଥିସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ସମସ୍ତ ଆଇନ ବିଷୟରେ ଅବଗତ କରାଇଥିଲେ ଅଧ୍ୟକ୍ଷ ଶ୍ରୀ ଜେନା । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୮/୫/୨୦୨୩----୮,୧୦ Sakhigopal News,28/5/2023