Breaking News

ଟଙ୍କା ନଦେବାରୁ ଜାତୀୟ ରାଜପଥରେ ଟ୍ରକ ଡାଇଭରକୁ ହାଣିଲେ ତିନିଯୁବକ ; ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି


ସାକ୍ଷୀଗୋପାଳ,--- ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ଥାନା ଉପରୁ ଲୋକମାନଙ୍କର ଆସ୍ଥା ତୁଟି ଯାଉଛି । ଗରିବ ଅସହାୟ ଲୋକମାନଙ୍କୁ ଥାନାରେ ସଠିକ ନ୍ୟାୟ ମିଳୁନାହିଁ । ସୁଚନାଯୋଗ୍ୟ ଯେ ନିଶା ବେପାର ସତ୍ୟବାଦୀରେ ଖୋଲା ଖେଶଲି ଭାବେ ହେଉଥିବାରୁ ଯୁବକ ମାନେ ନିଶା ଖାଇ ନିଜର ହିତାହିତ ଜ୍ଞାନ ହରାଇ ବସୁଛନ୍ତି । ସୁଚନାଯୋଗ୍ୟ ଯେ  ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ଇଶ୍ୱର ସେନାପତି ଜଣେ ଟ୍ରକ ଡ୍ରାଇଭର ଭାବେ ଖୋର୍ଦ୍ଧାରେ କାମ କରନ୍ତି । ଗାଡି ନଂ- ଓଆର--୦୨-ବିୟୁ- ୯୬୨୯ । ୨୯ ତାରିଖ ରାତିରେ ଗାଡି ନେଇକି ଯିବା ସମୟରେ ସାକ୍ଷୀଗୋପାଳ ଜୟପୁର ଛକ ନିକଟରେ ଥିବ ସିଣ୍ଡିକେଟବ୍ୟାଙ୍କ ସମ୍ମୁଖରେ ଗାଡିକୁ ରଖି ଶୋଇପଡିଥିଲେ ।ରାତି୩ଟା ସମୟରେ ଅଚିହ୍ନା  ତିନିଜଣ ଯୁବକ ଏକ ନାଲରଙ୍ଗର ସ୍‌ୁଟିରେ ଆସି ପଇସା ଓ ମୋବାଇଲି ମାଗିବା ସହିତ ବେକରେ କଟୁରୀ ଲଗାଇ ଦେଇଥିଲେ । ମାତ୍ର ସେମାନେ ପଇସା ନ ପାଇବାରୁ ରାଗରେ ଇଶ୍ୱରଙ୍କ ବିଭିନ୍ନ ସ୍ଥାନକୁ ହାଣିବା ସହିତ ଏକ ବନ୍ଦୁକରୁ ଉପରକୁ ଫାୟରିଙ୍ଗି କରି ଓଭରବ୍ରିଜରେ ଭୁବନେଶ୍ୱର ଆଡିକୁ ଚାଲୠଲେ ବୋଲି ସତ୍ୟବାଦୀ ଥାନାରେ ଇଶ୍ୱର ଅଭିଯୋଗ କରିଛନ୍ତି । ମାତ୍ର ଏ ସମ୍ପର୍କରେ ପୋଲିସ କେସଟିକୁ ଗୁରୁତ୍ୱ ନ ଦେଇ କେସଟିକୁ ଚପାଇ ଦେବାକୁ ଉଦ୍ଦ୍ୟମ କରୁଥିବା ଜଣାପଡିଛି । ତୁରନ୍ତ ଏ ଦିଗ ପ୍ରତି ପୁରୀ ଏସପି ନଜର ଦେବାକୁ ସ୍ଥାନୀୟ ଗାଡି ଚାଳକ ଓ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୩---୮,୨୦  

 Sakhigopal News, 31/5/2023

Blog Archive

Popular Posts