Breaking News

ସମାଜସେବୀ ସେବତୀ କୁଅଁରଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା



 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ରେମଣ୍ଡା ମହାବିଦ୍ୟାଳୟ କୁ ସାତ ଏକର ଜମି ଦାନ କରିଥିବା ଶିକ୍ଷାପ୍ରେମୀ ମହିୟସୀ ମହିଳା ସେବତୀ କୁଅଁରଙ୍କ ଶ୍ରାଦ୍ଧ ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ପ୍ରାକ୍ତନ ଅଧ୍ଯକ୍ଷ ଡ ସୁଶୀଳ କୁମାର ସାହୁ, ରେମଣ୍ଡା ମହାବିଦ୍ୟାଳୟ ର ଅଧ୍ଯକ୍ଷ ଝସକେତନ ପ୍ରଧାନ ସମାଜସେବୀ ସେବତୀ କୁଅଁରଙ୍କ ସ୍ମୃତି ପୀଠ ରେ ପୁଷ୍ପମାଲ୍ଯ ଅର୍ପଣ କରି ତାଙ୍କର ମହନୀୟତା ଓ ବଦାନ୍ଯତା କୁ ସ୍ମରଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ବଘାର, ଅର୍ଜୁନ ପ୍ରଧାନ,ସୁଜିତ କୁମାର ସାହୁ, ଅର୍ଜୁନ ଦୋରା, ଫଣୀନ୍ଦ୍ର ମିରୀଗ, ଅନୁପ ଭୋଇ, ଉମେଶ ରାଉତିଆ, ବିରଞ୍ଚି ମହାଣା, ଅଶୋକ ଖମାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସମାଜସେବୀ ସେବତୀ କୁଅଁରଙ୍କୁ  ଏହି ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୫/୨୦୨୩---୮,୫୫ Sakhigopal News,26/5/2023

Popular Posts