ବିଦ୍ୟୁତ୍ ଆଘାତରେ ଯୁବକର ମୃତ୍ୟୁ
ଭଞ୍ଜନଗର---ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ପୁଅ ଅଶୋକ ନାୟକ(୪୦)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଖବର ନେବାରେ ,ଅଶୋକ ନିଜ ଘରେ ବିଦ୍ୟୁତ କାଯ୍ୟ କରୁଥିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତ ପାଇଁ ଟଳି ପଡିଥିଲେ।ଗୁରୁତର ଅବସ୍ଥାରେ ପରିବାର ଲୋକେ ଏକ ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଶୋକକୁ ମୃତ ଘୋଷଣା କରିଥିଲେ। ପୁଲିସ ଖବରପାଇ ଡାକ୍ତରଖାନାରେ ପହଞ୍ଚି ଅଶୋକକର ମୃତଦେହ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇଥିଲେ ।ଭଞ୍ଜନଗର ଥାନା କେସ୍ ନମ୍ବର ୧୫/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି।ଅଶୋକର ମୃତଦେହକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୫/୨୦୨୩----୮,୫୫ Sakhigopal News,15/5/2023