Breaking News

ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରେ ସାବିତ୍ରୀ ପୂଜାନୀତି



 ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ମନ୍ଦିରରେ ସ୍ୱତନ୍ତ୍ର ଭାବେ ସାବିତ୍ରୀ ନୀତିକାନ୍ତି କରାଯାଇଛି । ଠାକୁରଙ୍କ ଦ୍ୱିପହର ଧୂପରେ ମା ରାଧାରାଣୀଙ୍କୁ ନୂତନବସ୍ତ୍ର ପରିଧାନ କରିଥାନ୍ତି । ମାଙ୍କ ବାପଘରୁ ଅଥାତ ସାକ୍ଷୀଗୋପାଳମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମା ରାଧାରାଣୀଙ୍କ ପାଇଁ ସାବିତ୍ରୀ ବୋଝ ଆସିଥାଏ ।ଏଥିରେ ଧୂଆମୁଗ,ନଡିଆ, ପାଚିଲାଆମ୍ବ, ପଣସ, ସପୁରୀ, ଖଜୁରୀକୋଳି, ତାଳ, ଚାଉଳିଆ, ସେଓ, ଅଙ୍ଗୁର, କମଳା, ଲିଚୁ, ନବାତ ଆଦିଫଳମୂଳ ସହିତ  ଶାଢ଼ୀ, ଲେହେଙ୍ଗା , କାଚ, ସିନ୍ଦୁର, ଅଳତା ଆଦି ଯାଇଥାଏ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ କହିଛନ୍ତି । ଅନ୍ୟ ପକ୍ଷେ ଦିବପହର ଧୂପ ପରେ ଚଳନ୍ତି ପ୍ରତିମା ମଦନମୋହନ ମନ୍ଦିରରୁ ଜଳକ୍ରିଡା ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଭିତର ଚାପନୀତି ଅନୁଷ୍ଠିତ ହୋଇଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୩---୭,୨୦   Sakhigopal News, 19/5/2023

Blog Archive

Popular Posts