ଦୁଇ ଗଞ୍ଜେଇ ବେପାରୀ ଗିରଫ
ଜଟଣୀ --ଜଟଣୀ ପୋଲିସ ଦ୍ୱାରା ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଥିବା ସୁଚନା ମିଳିଛି l ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅତର୍କିତ ଚଢ଼ାଉ କରି ରେଲୱେ ଗୋଲେଇ ଛକ ନିକଟରୁ ଏକ ଟାଟା ଟାଇଗୋରେ କାର କୁ କାବୁ କରିଥିଲେ । ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଛାନଭିନ ସମୟରେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ 29 kg 400 gm ଓଜନର ଗଞ୍ଜେଇ, ୨ଟି ମୋବାଇଲ, ଓଡି-02-BT -2690 ନଂ ଏକ କାର, ଏବଂ 4100 ଟଙ୍କା ଜବତ କରିଥିଲେ l ଦୁଇ ଅଭିଯୁକ୍ତ ମାନେ ବେଆଇନ ଭାବେ ଫୁଲବାଣୀ ଅଞ୍ଚଳରୁ ଭୁବନେଶ୍ୱର ସହରକୁ ଚାଲାଣ କରୁଥିବା ନିଜେ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ l ଦୁଇ ଅଭିଯୁକ୍ତ ହେଲେ -ନୟାଗଡ଼ ଇଟାମାଟି ଅଂଚଳର 34 ବର୍ଷୀୟ ଉମାକାନ୍ତ ସାହୁ. ନୟାଗଡ଼ ଭୋଇ ସାହିର 25 ବର୍ଷୀୟ ମନୋଜ ଖଣ୍ଡି ଏମାନଙ୍କୁ ଜଟଣୀ ଥାନା ପୋଲିସ ବେଆଇନ ଗଂଜେଇ ବିକ୍ରି ମାମଲାରେ କେସ ନଂ ୨୦୦/୨୦୨୩ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କହିଛନ୍ତି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୫/୨୦୨୩--୮,୪୫ Sakhigopal News,26/5/2023