Breaking News

୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ


ପୁରୀ----  ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ହଳଦିଆ ଛକରେ ଚଢ଼ାଉ କରିଥିଲେ। ସେଠାରୁ ଜଣେ ଆସାମୀଙ୍କୁ ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି । ତାଙ୍କ ନାମ ହେଲା  ତ୍ରିଲୋଚନ ରାଉତ, ବୟସ-୨୬,ଗାଁ-ଆମ୍ବପଡା,ଥାନା-ସଦର
ଜିଲ୍ଲା-ପୁରୀ । ତାଙ୍କ ପାଖରୁ 75 ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-23/23-24 ରେ କୋର୍ଟ ଚାଲାଣ କରାଯାଇଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ 7,50,000 ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ସବ ଇନ୍ସପେକ୍ଟର ରଙ୍କନିଧି ମଲ୍ଲିକ, ASI ପୂର୍ଣ୍ଣଚନ୍ଦ୍ର ନାୟକ, staff- ସଂଜିପ ହସ୍ତୀ, ପ୍ରବୀଣ ବିରାଜ କିରୋ, ଜ୍ୟୋତିସ୍ମିତା ପ୍ରମୁଖ ସାମିଲ ଥିଲେ । 

Blog Archive

Popular Posts