Breaking News

ଅବହେଳିତ ଅବସ୍ଥାରେ ଶ୍ରୀବତ୍ସ ପାଠାଗାର , କତୃପକ୍ଷ ଦୃଷ୍ଟି ଦେବାକୁ ଦାବି




ଜଟଣୀ - ଜଟଣୀ ପୌରପରିଷଦ ଅଧୀନରେ ଷାଠିଏ ହଜାରରୁ ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି l ଦେଶ ସ୍ୱାଧୀନତା ପରଠାରୁ ଅଦ୍ୟାବଧି ଓଡିଶା ସରକାର ସ୍ଥାନୀୟ ଜନସାଧାରଣ ତଥା ଶିକ୍ଷିତ ଯୁବକ ଯୁବତୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସରକାର ଙ୍କ  ତରଫରୁ ଏକ ଅତ୍ୟାଧୁନିକ(ଡିଜିଟାଲ) ପାଠାଗାର ଟିଏ ନାହିଁ l ସହରରେ  ପାଠାଗାର  ନଥିବା ହେତ "ମୋ ବସ ', ରେଳଗାଡ଼ି ତଥା ନିଜସ୍ୱ ଜାନରେ ଭୁବନେଶ୍ୱରରେ ଥିବା ଅଗ୍ରଣୀ ଓ ବହୁ ପୁରାତନ ହରେକୃଷ୍ଣ ମହତାବ ଷ୍ଟେଟ ଲାଇବ୍ରେରୀ, ଭକ୍ତି ବେଦାନ୍ତ ଲାଇବ୍ରେରୀ, ପ୍ରଜ୍ଞାତ ଲାଇବ୍ରେରୀ  ପାଠାଗାରରେ ପଢିବାପାଇଁ ପ୍ରତ୍ୟକ ଦିନ ଯିବା ଆସିବା କରିଥାନ୍ତି l କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଜଟଣୀରେ 2007 ମସିହାରେ ଜନସାଧାରଣଙ୍କ ଉଦେଶ୍ୟରେ ରାମଚନ୍ଦ୍ର ପୁର ମୌଜା ଅନ୍ତର୍ଗତ ୮ ନଂ ୱାର୍ଡରେ ଶ୍ରୀବତ୍ସ ପାଠାଗାର ନାମରେ ଜଟଣୀ ଜନସାଧାରଣଙ୍କ ଉଦେଶ୍ୟରେ ନିର୍ମାଣ କରାଯାଇଥିଲା ଏକ ପାଠାଗାର l  ସରକାରଙ୍କ ଜମି ଓ ଓଡିଶା ସରକାରଙ୍କ ଅର୍ଥରେ ଏହା ନିର୍ମିତ ହୋଇଥିଲା l ଏହି ଅନୁଷ୍ଠାନରେ କେଉଁ ମାନେ କର୍ମକର୍ତ୍ତା ଅଟନ୍ତି ଓ ଏହି ପାଠାଗାରଟି କେଉଁ ବିଭାଗ  ଅଧୀନରେ ରହିଛି ତାହା ସାର୍ବଜନୀନ ହେବା ଆବଶ୍ୟକ l ଦୁଃଖର ବିଷୟ ବର୍ତ୍ତମାନ ଉକ୍ତ ପାଠାଗାରଟିକୁ ବିବାହ, ବ୍ରତ, ଯାନିଯାତ୍ରା ଓ ବସ୍ତ୍ର ମେଳା ପାଇଁ ଭଡା ସୂତ୍ରରେ ଯୋଗାଇ ଦିଆଯାଇଥାଏ ଏବଂ ବର୍ଷ ବର୍ଷ ଧରି ସକାଳେ ସନ୍ଧ୍ୟାରେ କୋଚିଂ ସେଣ୍ଟର ଚାଲୁଥିବାରୁ ଶିକ୍ଷିତ ଛାତ୍ରଛାତ୍ରୀ ଓ ଶିକ୍ଷାବିତ ମାନେ ପାଠାଗାରରେ ବସିବା ପାଇଁ, ଖବରକାଗଜ ପଢିବା ପାଇଁ ପାଠ୍ୟ ପୁସ୍ତକ ପଢିବାପାଇଁ ସୁଯୋଗ ପାଆନ୍ତି ନାହିଁ l ଜଟଣୀ ପୌରପରିଷଦ ଅଧୀନରେ ଥିବା ଏହି ପାଠାଗାରଟିକୁ ଆଧୁନିକି କରଣ କରି ବିପୁଳ ସଂଖ୍ୟାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟା ଅଧୟନର ସୁଯୋଗ ଦେଲେ ଅନେକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ,ଶିକ୍ଷାବିତ ମାନେ ଉପକୃତ ହେବେ l ଓଡିଶା ସରକାରଙ୍କ ସମସ୍ତ ପଦାଧିକାରୀ ଜିଲ୍ଲାପାଳ ମହୋଦୟ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପୁନଃ ଉଦ୍ଧାର କରିବା ପାଇଁ ଜଟଣୀ ବାସୀଙ୍କ ଅନୁରୋଧ l ଶୁଣିବାକୁ ମିଳେ ପୂର୍ବତନ ସାଂସଦ ରାଧାନାଥ ନାୟକ ୧ ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ପାଠ୍ୟ ପୁସ୍ତକ, ଗଳ୍ପ ବହି, ସାଧାରଣ ଜ୍ଞାନ ବହି ଏଭଳି ଅନେକ ବହି ଯୋଗାଇ ଦେଇଥିଲେ l ଯାହାକି ଏହି ବହିଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଶୁଣିବାକୁ ମିଳେ ୨l ଏହି ପାଠାଗାରଟି ପୌରପରିଷଦର ଅର୍ଥ ଏବଂ କିଛି ସମାଜ କର୍ମୀଙ୍କ ସହାୟତାରେ ଗଢି ତୋଳି ଉଠିଥିଲା l ଯାହାକି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟ ମାନ 
l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୫/୨୦୨୩---୬,୪୫ Sakhigopal News,31/5/2023

Blog Archive

Popular Posts