ଭଞ୍ଜନଗର ଡିଏଭି ପବ୍ଳିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା
ଭଞ୍ଜନଗର - ଚଳିତ ଦଶମ ପରୀକ୍ଷା ରେ ଭଞ୍ଜନଗର ସ୍ଥିତ ଡିଏଭି ପବ୍ଳିକ ସ୍କୁଲ ଛାତ୍ରଛାତ୍ରୀ ମାନେ ବେଶ ସଫଳତା ପାଇଛନ୍ତି। ଏହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଶିକ୍ଷକଙ୍କ ମହଲରେ ବେଶ ଖୁସି ପ୍ରକାଶ ପାଇଛି । ଏହି ପରୀକ୍ଷା ରେ ଶିକ୍ଷାନୁଷ୍ଠାନ ର ଛାତ୍ରୀ ସିମରନ୍ ପଟ୍ଟନାୟକ ୯୪.୮ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ , ୯୪.୪ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ରେ ରହିଛନ୍ତି ଛାତ୍ରୀ ପି.ଶ୍ରୀୟା ପାତ୍ର, ଆୟୁଷ୍ମାନ ମହାରଣା ୯୩.୬ ପ୍ରତିଶତ ରଖି ତୃତୀୟ ସ୍ଥାନ ରେ ଏବଂ ପ୍ରିତମ୍ ପ୍ରଧାନ ୯୧.୨ ପ୍ରତିଶତ ନମ୍ବର ମାର୍କ ରଖି ଚତୁର୍ଥ ସ୍ଥାନରେ ରହିଛନ୍ତି । ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ , ଅଧ୍ୟକ୍ଷ ଅମରନାଥ ରଥ , ଅନୁଷ୍ଠାନର ତ୍ରୈଲୋକ୍ୟ ପଣ୍ଡା ଙ୍କ ସମେତ ସମସ୍ତ ଶିକ୍ଷକ , ଛାତ୍ର ଛାତ୍ରୀ , ପରିଚାଳନା କମିଟି , ଅଭିଭାବକ ମହଲରେ ଖୁସି ପ୍ରକାଶ ପାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୫/୨୦୨୩----୮,୪୫ Sakhigopal News,15/5/2023