ହୃଷୀକେଶ ପାଢ଼ୀ ପ୍ରକୃତି ବନ୍ଧୁ 'ସମ୍ମାନ ରେ ସମ୍ମାନୀତ
ଡେଲାଙ୍ଗ : ପ୍ରତିଶୃତି ସାହିତ୍ୟ ସଂସଦର ରେଂଚ-ଖେଲାର, ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଧ୍ୟାପକ ଦିଲ୍ଲୀପ କୁମାର ସେନାପତି ଙ୍କ ସଭାପତିତ୍ବ ରେ ସଂସଦ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ସତୁରିଜଣ କବି ଓ କବୟିତ୍ରୀ ଯୋଗଦେଇ ସେମାନଙ୍କର ନିଜସ୍ୱ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ଡେଲାଙ୍ଗ ର ପ୍ରତିଷ୍ଠାତା ତଥା ପ୍ରକୃତିପ୍ରେମୀ କବି, ଆଇନୀଜୀବୀ ହୃଷୀକେଶ ପାଢ଼ୀ ନିଜର ସ୍ୱ ରଚିତ କବିତା " ଆମେ ହସାଇବା ଆମ ପରିବେଶ ' ଆବୃତ୍ତି କରି ଉପସ୍ଥିତ ଥିବା ସମସ୍ତଙ୍କୁ ଖୁସି କରାଇଥିଲେ |ପରେ ପରେ ମୁଖ୍ୟ ଅତିଥି ଡ଼ଃ ପ୍ରତିଭା ମହାରଥୀ ଶ୍ରୀ ପାଢ଼ୀ ଙ୍କୁ ମାନପତ୍ର ଦେଇ " ପ୍ରକୃତି ବନ୍ଧୁ 'ସମ୍ମାନ ରେ ସମ୍ମାନୀତ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୫/୨୦୨୩----୭,୨୦ Sakhigopal News,28/5/2023