Breaking News

ଜଳ ଯୋଗାଣ ଦାୟିତ୍ୱ ତୁଲାଉଥିବା କର୍ମଚାରୀ ଙ୍କ ଉଚିତ ପାରିଶ୍ରମିକ ମୂଲ୍ୟ ପ୍ରଦାନ ଦାବି

 
କନ୍ଧମାଳ ---- ଉଚିତ ଦୈନିକ ମୂଲ୍ୟ ପ୍ରଦାନ ଦାବିରେ ବାଲିଗୁଡା ଜନସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟରତ ଶ୍ରମିକ ଙ୍କ ତେଜୁଛି ଆନ୍ଦୋଳନ । ବାଲିଗୁଡା ଜନସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଜଳ ଯୋଗାଣ ଦାୟିତ୍ୱ ତୁଲାଉଥିବା କର୍ମଚାରୀ ଙ୍କ ଉଚିତ ପାରିଶ୍ରମିକ ମୂଲ୍ୟ ପ୍ରଦାନ କରା ନଗଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଓଲ୍ହାଇବା କୁ ଚେତାବନୀ ଦେଇଛନ୍ତି । ଏହି ବିଭାଗ ଅଧୀନରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ଆଜିଯାଏଁ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କାର୍ଯ୍ୟରତ କର୍ମଚାରୀ । ବାଲିଗୁଡା ଜନସ୍ୱାସ୍ଥ୍ୟ ବିଭାଗ ରେ 20 ଜଣ କର୍ମଚାରୀ ବାଲିଗୁଡା ସହର ରେ ଜଳ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଉଚିତ ପାରିଶ୍ରମିକ ନେଇ ପୂର୍ଵ ରୁ ବହୁବାର ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଆଜିଯାଏଁ କୌଣସି ପ୍ରତିଶୃତି ମିଳି ନଥିବା ବେଳେ ବିଭାଗ ପକ୍ଷରୁ କର୍ମଚାରୀ ଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି କର୍ମଚାରୀ । ତେଣୁ ଆସନ୍ତା 15 ଦିନ ମଧ୍ୟ ରେ କାର୍ଯ୍ୟରତ ସମସ୍ତ ଜନ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କ ଦାବି ପୂରଣ ନ ହେଲେ ଜଳ ଯୋଗାଣ କାର୍ଯ୍ୟ ରୁ ଓହରିବା ସହ ସମ୍ପୃର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି କର୍ମଚାରୀ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୫/୫/୨୦୨୩----୭,୪୫ Sakhigopal News,15/5/2023

Blog Archive

Popular Posts