Breaking News

ବାଲିଟ୍ରକ ଧକ୍କାରେ ଓଲଟିଲା ପୋଲିସ ଗାଡି; ଡ୍ରାଇଭର ଆହତ

  


ସାକ୍ଷୀଗୋପାଳ---- ଜାତୀୟ ରାଜପଥ ୩୧୬ନଂ ସାକ୍ଷୀଗୋପାଳ ଓଭରବ୍ରିଜ ଆରମ୍ଭରୁ ତଥା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ହାଇୱା ବାଲିଟ୍ରକ ଧକ୍କା ଦେବାରୁ ପୋଲିସ ଭ୍ୟାନ ଓଲଟି ପଡିଛି । ଭାଗ୍ୟକୁ ଉକ୍ତ ପୋଲିସ ଭ୍ୟାନ ବା ବସରେ କେହି ନଥିଲେ ।ବାଲି ଗାଡି ଓ ପୋଲିସ ଗାଡି ଦୁଇଟି ଯାକ ପୁରୀ ଅଭିମୁଖେ ଯାଉଥିଲେ । ସାକ୍ଷୀଗୋପାଳ ଓଭରବ୍ରିଜ ଆରମ୍ଭରୁ ହାଇୱା ବାଲି ଗାଡି ଓଆର- ୩୫- ସି-୬୪୨୪ ଗାଡିଟି ଓଆର- ୦୫- ଏଇ-୨୭୩୭ ପୋଲିସ ଭ୍ୟନକୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେକି ଭାରସାମ୍ୟ ହରାଇ ପୋଲିସ ଭ୍ୟାନଟି ରାସ୍ତା କରକୁ ଓଲଟି ପଡିଥିଲା । ପୋଲିସ ଗାଡିର ଡ୍ରାଇଭର ପିତବାସ ପଲେଇଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭତ୍ତି କରିଛନ୍ତି । ଖବର ପାଇ ସାକ୍ଷୀଗୋପାଳ ପୋଲିସ ବାଲି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୩---୮,୨୦   Sakhigopal News, 31/5/2023

Blog Archive

Popular Posts