ଜଟଣୀ ଭୁତଳ ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତ୍ୟକ ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା : ଏହାର ସ୍ଥାୟୀ ପ୍ରତିକାର ପାଇଁ ରେଳ ପ୍ରଶାସନକୁ ଦାବି ଜଣାଇଛି "ସମ୍ଭାବନା ପରିବାର
ଜଟଣୀ -ଭୁତଳ ରାସ୍ତା ସହରର ଦୁଃଖ କହିଲେ ଅତ୍ୟୁକ୍ତି ହେବନାହିଁ l ଖୋର୍ଦ୍ଧା, ଜଟଣୀ, ପିପିଲି ମୁଖ୍ୟ ରାସ୍ତା ସୀତାରାମ ଛକ କଲଭର୍ଟ ଠାରୁ ଆରମ୍ଭ କରି ଭୁତଳ ରାସ୍ତା (ଅଣ୍ଡର ଗ୍ରାଉଣ୍ଡ ) ଏବଂ ମାଲଗୋଦାମ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ନ କହିଲେ ନ ସରେ l ପ୍ରତ୍ୟକ ଦିନ ଏହି ରାସ୍ତା ଦେଇ ସକାଳ ହେଲେ ଶହ ଶହ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି, ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ସାଧାରଣ ଲୋକ ଯିବା ଆସିବା ସମୟରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟେ l ଏହା ମଧ୍ୟରେ ସହରର ମୁଖ୍ୟ ସମସ୍ୟା ଅଣ୍ଡର ଗ୍ରାଉଣ୍ଡ ରାସ୍ତା l ଏହି ରାସ୍ତାଟି ବହୁ ପୁରାତନ ଇଂରାଜୀ ଅମଳର ରାସ୍ତା l ଭୁତଳ ରାସ୍ତାଟି ଜଟଣୀ ସହରକୁ ଦୁଇ ଭାଗରେ ବିଭକ୍ତ କରିବା କହିବା ଅତ୍ୟୁକ୍ତି ହେବନାହିଁ l ଏହି ରାସ୍ତାରେ ବର୍ଷା ଦିନେ ପାଣି ଜମିଯିବା ଫଳରେ ଜନସାଧାରଣଙ୍କ ଯିବା ଆସିବାରେ ଅସୁବିଧା ନ ହେବା ପାଇଁ ଉଭୟ ପଟେ ଥିବା ରାସ୍ତାର ମଧ୍ୟଭାଗରେ ପାଣି ନିଷ୍କାସନ ପାଇଁ ଡ୍ରେନ ତିଆରି ହୋଇ ଏହା ଉପରେ ଛୋଟଛୋଟ ଗର୍ତ୍ତ ଥିବା ସ୍ଲାବର ବ୍ୟବସ୍ଥା ଥିଲା l ଏହାର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ଧୀରେ ଧୀରେ ପୋତି ହୋଇଯିବା ଫଳରେ ଏଥିରେ ଅନବରତ ପାଣି ଜମି ରହିବା ଫଳରେ ଜନସାଧାରଣଙ୍କ ଯିବାଆସିବା ଅସୁବିଧା ହୁଏ l ଯେହେତୁ ଏହି ରାସ୍ତାଟି ରେଳ ପ୍ରଶାସନ ଅଧୀନରେ ଥିବା ହେତୁ ଏଥି ପ୍ରତି ରାଜ୍ୟ ସରକାରଙ୍କ ରୋଡ଼ ଏବଂ ବ୍ରିଜ ଅଧିକାରୀ ପ୍ରଶାସନଙ୍କ ନଜର ଆଡୁଆଢରେ l ଭୁତଳ ରାସ୍ତାକୁ ମରାମତି ପାଇଁ ବାରମ୍ବାର ରେଳ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମାନେ ପିସି ଖାଇ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ମରାମତି ପାଇଁ ଠିକା ଦିଅନ୍ତି l ଠିକାଦାର ମାନେ ନିମ୍ନ ମାନର କାମକରି ମରାମତି କାର୍ଯ୍ୟ ଶେଷ କରନ୍ତି । ଯାହାଫଳରେ କିଛି ଦିନ ମଧ୍ୟରେ ପୁଣି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡେ l ବର୍ତ୍ତମାନ ଭୁତଳ ରାସ୍ତା ମଝିରେ ସିମେଣ୍ଟ କଂକ୍ରିଟ ଉଠି ତା ମଧ୍ୟରେ ଥିବା ଲୁହା ରଡ଼ ବାହାରକୁ ବାହାରିବା ଫଳରେ ସାଇକେଲ, ଗାଡି ମଟର ଯିବାଆସିବା ସମୟରେ ଏହି ରଡ଼ ଚକରେ ବାଜି ଦୁର୍ଘଟଣା ଘଟୁଛି।
ଏହି ରାସ୍ତାର ବାରମ୍ବାର ମରାମତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟସରକାର ଏବଂ କେନ୍ଦ୍ରସରକାରଙ୍କ ମିଳିତ ଉଦ୍ୟମରେ ଏକ ଉଡ଼ନ୍ତା ପୋଲର ନିର୍ମାଣ ପାଇଁ ସ୍ଥିର କରାଯାଇ ବ୍ରିଜ କାମ ଆରମ୍ଭ ହେଲା l କିନ୍ତୁ ସହରର ହୀନ ରାଜନୀତି ଯୋଗୁଁ ଆଜକୁ ଦୀର୍ଘ ୭ ବର୍ଷ ହେବ ଉଡ଼ନ୍ତା ପୋଲର କାର୍ଯ୍ୟ ଶେଷ ହୋଇପାରିଲା ନାହିଁ l ଏହି ଭୁତଳ ରାସ୍ତା ମଧ୍ୟରେ ଗାଡି ମଟର ଯିବାଆସିବା ମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଧନଜୀବନ ହାନି ଘଟିବାର ନଜିର ଅଛି l ଏହାର ସ୍ଥାୟୀ ପ୍ରତିକାର ପାଇଁ କାହାର ନଜର ନାହିଁ l ଶେଷରେ ସହରର ମୁଖ୍ୟ ସମସ୍ୟା ପାଇଁ ଯୁଦ୍ଧ କାଳୀନ ଭିତିରେ ରାସ୍ତା ମରାମତି କରି ଏହାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ଏକ ଅଗ୍ରଣୀ ସମାଜ ସେବୀ ଅନୁଷ୍ଠାନ "ସମ୍ଭାବନା ପରିବାର' l ଏହି ପରିପ୍ରେକ୍ଷୀରେ ସମ୍ଭାବନା ପରିବାର ପକ୍ଷରୁ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରବନ୍ଧକ ଉଦ୍ଦେଶ୍ୟରେ ଅତିରିକ୍ତ ରେଳ ପ୍ରବନ୍ଧକ ଅଧିକାରୀ କଲ୍ୟାଣ କୁମାର ପଟ୍ଟନାୟକଙ୍କ ମାଧ୍ୟମରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି l ଅପରପକ୍ଷେ ଏହି ଘଟଣାରେ ଶ୍ରୀ ପଟ୍ଟନାୟକ ଏହି ସମସ୍ୟାର ସ୍ଥାୟୀ ସମାଧାନ ଶୀଘ୍ର କରାଯିବ ବୋଲି ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୫/୨୦୨୩----୮,୧୦ Sakhigopal News,26/5/2023