Breaking News

ରେମଣ୍ଡା ଗ୍ରାମର ଡଃ ନରେନ୍ଦ୍ର କୁମାର ସାହୁଙ୍କର ଦେହାନ୍ତ ହୋଇଯାଇଛି

 
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ରେମଣ୍ଡା ଗ୍ରାମର ଡଃ ନରେନ୍ଦ୍ର କୁମାର ସାହୁଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ୬୧ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ରେମଣ୍ଡା ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଥୁଆପାଲି ଠାରେ ୧୯୮୫ ଠାରୁ ଏକ ଡାକ୍ତରଖାନା ଖୋଲି ରୋଗୀ ସେବା କରିଆସୁଥିଲେ। ଗରିବ, ନୀରିହ ରୋଗୀ ମାନେ ବିଶେଷ ଭାବରେ ଉପକୃତ ହେଉଥିଲେ।ସେ ଜଣେ ମିଷ୍ଟଭାଷୀ, ମେଳାପୀ ,ପରୋପକାରୀ ଓ ଜଣେ ରୋଗୀଙ୍କ ସେବା କରି ସ୍ବତନ୍ତ୍ର  ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହିତ ସେ ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ପଛରେ ବାପା, ଭାଇ, ଭାଇବୋହୂ, ଭଉଣୀ, ଧର୍ମପତ୍ନୀ ରେଣୁକା ପ୍ରଧାନ ଯେକି ଅତାବିରା ମହାବିଦ୍ୟାଳୟ ର ଅଧ୍ୟାପିକା ଭାବେ, କାର୍ଯ୍ୟରତ ଓ ଏକ ମାତ୍ର ପୁଅ ମନୀଷ ସାହୁଙ୍କୁ ଛାଡି ଯାଇଛନ୍ତି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ତାଙ୍କର ଶବାଧାର ରେ ବହୁ ବନ୍ଧୁ ବାନ୍ଧବ,ପରିଜନଙ୍କ ସହ
 ଶୁଭେଚ୍ଛୁ, ଭଦ୍ରବ୍ୟକ୍ତି ଯୋଗ ଦେଇ ଅନ୍ତିମ ବିଦାୟ ଦେଇ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ରେମଣ୍ଡା ସ୍ଵର୍ଗଦ୍ଵାରଠାରେ କରାଯାଇଥିଲା। ତାଙ୍କର ପୁତ୍ର ମନୀଷ ମୁଖାଗ୍ନି ଦେଇଥିଲେ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୫/୨୦୨୩----୮,୫୦ Sakhigopal News,26/5/2023

Popular Posts