Breaking News

ଜଟଣୀରେ ଶୋଚନୀୟ ହେଲା ମାଟ୍ରିକ ରେଜଲ୍ଟ |ସରକାରୀ ସ୍କୁଲର ମାତ୍ର 3 ଜଣ, ଘରୋଇ ସ୍କୁଲର 6 ଜଣ ଏ-୧ ରେ ଉତ୍ତୀର୍ଣ୍ଣ ,ଖୋଜା ଚାଲିଛି ଦୋଷ


ଜଟଣୀ ----ସାରା ରାଜ୍ୟରେ ମାଟ୍ରିକ ରେଜଲ୍ଟ ଆଖିଦୃଶିଆ ହୋଇଥିବା ବେଳେ ଜଟଣୀ ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଶୋଚନୀୟ ଫଳାଫଳ ବାହାରିଛି ।ସମୁଦାୟ ବ୍ଲକରେ ମାତ୍ର ୯ ଜଣ ଛାତ୍ର ଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସରକାରୀ ସ୍କୁଲର ମାତ୍ର ୩ ଜଣ ଏ-୧ ପାଇଥିବା ବେଳେ ଘରୋଇ ସ୍କୁଲର 6 ଜଣ ଏ -୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜଟଣୀ ବ୍ଲକ ଅଞ୍ଚଳରେ ୨୨ ଟି ସରକାରୀ ଏବଂ ୩ ଟି ଘରୋଇ ଉଚ୍ଚ ବିଦ୍ୟାଳୟ ରହିଛି । ସେଥିରୁ 18 ଟି---- ସରକାରୀ ସ୍କୁଲକୁ ୫-ଟି ରେ ସାମିଲ କରାଯାଇଛି । ତେବେ ଚଳିତ ବର୍ଷ ମୋଟ 25 ଟି ସ୍କୁଲର 1563 ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ ଏବଂ 1534 ଜଣ ପାସ  ହୋଇଛନ୍ତି । ଘରୋଇ ସ୍କୁଲ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟର 6ଜଣ  ଛାତ୍ର ଛାତ୍ରୀ ଏ -୧ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସରକାରୀ ସ୍କୁଲ ଗୁଡିକରେ ମାତ୍ର ୩ ଜଣ ପିଲା ଏ-୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସବୁଠୁ ଚର୍ଚ୍ଚାର ବିଷୟ ଯେ ଜଟଣୀରେ ଥିବା ୫-ଟି ସ୍କୁଲ ଗୁଡିକର  ରେଜଲ୍ଟ ଅତ୍ୟନ୍ତ ନୈରାଶ୍ୟ ଜନକ ହୋଇଛି । ୫-ଟି ଅଧୀନ ସ୍କୁଲ ଗୁଡିକ ମଧ୍ୟରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଟଣୀ ଏବଂ ଗଙ୍ଗପଡା ସରକାରୀ ଉଚ୍ଚ ବିଦ୍ୟାଳୟର ମାତ୍ର ଦୁଇ ଜଣ ପିଲା ଏ-୧ ରେ ପାସ କରିଛନ୍ତି । ଯାହା ଫଳରେ ଇଜତ ରହିଯାଇଛି । ସେହିପରି ଗୌର ଚରଣ ବିଦ୍ୟାପୀଠ, ଛତାବର ର ଜଣେ ପିଲା ଏ -୧ ରେ ପାସ କରିଛନ୍ତି । ଜଟଣୀ ଅଞ୍ଚଳରେ ଏଭଳି ନୈରାଶ୍ୟ ଜନକ ରେଜଲ୍ଟକୁ ନେଇ  ବୁଦ୍ଧିଜୀବୀ, ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟ ପକ୍ଷରେ ଭୁଲ ଖୋଜା ଚାଲିଛି। ଅନ୍ୟପଟେ 21 ଟି ସ୍କୁଲରେ କେହି ଜଣେ ବି ଏ -୧ ରେ ଉତ୍ତୀର୍ଣ୍ଣ ହୋଇ ନଥିବା ଘଟଣା ଜଟଣୀ ର ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍ଥିତିକୁ ପଦାରେ ପକାଇଛି । ବ୍ଲକ ଶିକ୍ଷାଧିକାରୀଣୀ ରଶ୍ମିବାଳା ପରିଡା ଙ୍କ କହିବା ଅନୁସାରେ, କଣ ପାଇଁ ଚଳିତ ବର୍ଷ ଫଳାଫଳ ଏପରି ହେଲା ତାର ତର୍ଜମା କରାଯିବ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୫/୨୦୨୩---୭,୨୫ Sakhigopal News,19/5/2023

Blog Archive

Popular Posts