Breaking News

ବିବାହିତା ମହିଳା ଙ୍କୁ ହତ୍ୟା ଘଟଣା ରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ


 କନ୍ଧମାଳ ----ବିବାହିତା ମହିଳା ଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇ ବିଭୋତ୍ସ ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିବା ଘଟଣା ରେ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଙ୍କ ରାୟ ପ୍ରକାଶ ପାଇଛି l ବିବାହିତା ମହିଳା ଙ୍କୁ ହତ୍ୟା ଘଟଣା ରେ ଅଭିଯୁକ୍ତ କୁ ଆଜୀବନ କାରାଗାର ରେ ଦଣ୍ଡିତ ସହ ପ୍ରମାଣ ନଷ୍ଟ କରିବା ଅପରାଧ ରେ ଅଧିକ 6 ମାସ କାରାଗାର ରେ ଦଣ୍ଡିତ କରାଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର 12 ତାରିଖ 2017 ମସିହା ରେ ଜି. ଉଦୟଗିରି ଥାନା ବତୀଙ୍ଗିଆ ଗ୍ରାମ ରେ ଅଭିଯୁକ୍ତ ଅମୃତ ଲାଲ ନାୟକ ପ୍ରେମ ରେ ବିଫଳ ହେବା ପରେ ଜଘନ୍ୟ କାଣ୍ଡ ଭିଆଇଥିଲା l ବତୀଙ୍ଗିଆ ଗ୍ରାମର ବିବାହିତା ମହିଳା ହସିନା ପ୍ରଧାନ ଘରେ ଏକୁଟିଆ ରହୁଥିବା ସୁଯୋଗ ନେଇ ଅଭିଯୁକ୍ତ ଅମୃତ ଲାଲ ନାୟକ ପ୍ରେମ ନିବେଦନ କରିଥିଲା l ଏଥିରେ ମହିଳା ଜଣକ ମନା କରିବାରୁ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ହାମର ରେ ପିଟି ପିଟି ହତ୍ୟା କରିଥିଲା l ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ କିରୋସିନ ପକାଇ ନିଆଁ ଲଗେଇଥିଲା ଓ ପରେ ଅର୍ଦ୍ଧଦଗ୍ଧ ମୃତ ଶରୀର କୁ ଘୋଷାଡ଼ି ନେଇ ବାରି ପଟେ ଫିଙ୍ଗି ଦେଇଥିଲା l ଏ ନେଇ ଜି. ଉଦୟଗିରି ଥାନା ରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ କରିଥିଲା l ଆଜି ଏହି ଘଟଣା ରେ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ ସମସ୍ତ ପାରିପାର୍ଷିକ ସ୍ଥିତି ଓ 21 ଜଣ ସାକ୍ଷୀ ଙ୍କ ବୟାନ ଆଧାର ରେ ଦଣ୍ଡାଦେଶ ଶୁଣାଇଛନ୍ତି l ଅଭିଯୁକ୍ତ ଅମୃତ ଲାଲ ନାୟକ କୁ ଜଘନ୍ୟ ହତ୍ୟା ଘଟଣା ରେ ଦଫା 302 ଅନୁଯାୟୀ ଆଜୀବନ କାରାଗାର ରେ ଦଣ୍ଡିତ ଓ ପ୍ରମାଣ ନଷ୍ଟ କରିବା ଅପରାଧ ରେ ଦଫା 201 ଅନୁଯାୟୀ ଅଧିକ 6 ମାସ କାରାଗାର ରେ ଦଣ୍ଡିତ କରିଛନ୍ତି l ଏହି କେଶ ଟିକୁ ସରକାରୀ ଏ. ପି. ପି ରବୀନ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୯/୫/୨୦୨୩----୬,୫୫ Sakhigopal News,19/5/2023

Blog Archive

Popular Posts