Breaking News

ବାଘ ଚର୍ଚ୍ଚା ପରେ ଟ୍ରାପ କ୍ୟାମେରା ରେ କଏଦୀ ହେଲା ବଡ଼ ଜଙ୍ଗଲୀ ବିରାଡ଼ି ର ଚିତ୍ର


କନ୍ଧମାଳ/  ବାଲିଗୁଡା -ବାଘ ଚର୍ଚ୍ଚା ପରେଏବେ କ୍ୟାମେରା କଏଦୀ ହେଲା ବଡ଼ ଜଙ୍ଗଲୀ ବିରାଡ଼ି ର ଚିତ୍ର । ବାଲିଗୁଡା ବଡ଼ଗାଁ ପମ୍ପ ହାଉସ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଥିଲା।ସତ ଜାଣିବା ପାଇଁ  ବାଲିଗୁଡା dfo ବିଶ୍ୱରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଲଗାଯାଇଥିବା 6 ଟି ଟ୍ରାପ କ୍ୟାମେରା । ସେଥି ମଧ୍ୟରୁ ଗୋଟିଏ ଟ୍ରାପ କ୍ୟାମେରା ରେ ଠାବ ହୋଇଛି ଗୋଟିଏ ବିଗ ଫୋରେଷ୍ଟ କ୍ୟାଟ l ବଡ଼ଗାଁ ପମ୍ପ ହାଉସ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ଓ ଗୁଜବ ପରେ ଗତକାଲି ଖଡ୍ଗ ନଦୀ କୁଳ ରେ ଲଗାଯାଇଥିଲା 6 ଟି ଟ୍ରାପ କ୍ୟାମେରା l ତେବେ ଏକ ଜଙ୍ଗଲ ବଡ଼ ବିରାଡ଼ି ପ୍ରଜାତିର ଜନ୍ତୁ ର ଚିତ୍ର ଏବେ ସାମ୍ନା କୁ ଆସିଛି l ଏ ନେଇ ବାଲିଗୁଡା dfo ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି l ତେବେ ଏବେ ବି ଉକ୍ତ ଅଂଚଳରେ ଗତିବିଧି ନେଇ ବନ ବିଭାଗ ସଜାଗ ଥିବା କହିଛନ୍ତି ବାଲିଗୁଡା dfo l ଲଗାଯାଇଥିବା 6 ଟି ଟ୍ରାପ କ୍ୟାମେରା ଉପରେ ନଜର ରଖା ଯାଇଥିବା ବେଳେ ଅନ୍ୟ ଜୀବଜନ୍ତୁ ଙ୍କ ଗତିବିଧି ଉକ୍ତ ଅଂଚଳରେ ରହିଛି କି ସ୍ପଷ୍ଟ ସୂଚନା ପାଇଁ ଏବେ ବି ଟ୍ରାପ କ୍ୟାମେରା ଉପରେ ଗୁରୁତ୍ୱ ଦିଆ ଯାଉଛି କହିଛନ୍ତି dfo l ତେଣୁ ଲୋକଙ୍କୁ ଗୁଜବ ସୃଷ୍ଟି ନ କରିବାକୁ dfo ନିବେଦନ କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୫/୨୦୨୩-----୧୨,୪୫ Sakhigopal News,31/5/2023

Blog Archive

Popular Posts