Breaking News

କାଳବୈଶାଖୀର ତାଣ୍ଡବ. ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି



ଭଞ୍ଜନଗର----  ଆଜି ଅପରାହ୍ନ ରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଭଂଜନଗର ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ , ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗିବା ସହ ଗମନାଗମନ ପ୍ରଭାବିତ ହୋଇଥିଲା । ପ୍ରାୟ ଘଣ୍ଟାଏ ସମୟ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନର ପ୍ରକୋପ ଜାରି ରହିଥିଲା । ଅବଶ୍ୟ ତାତିରୁ , ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଅନେକ ସ୍ଥାନରେ ଛୋଟ ବଡ଼ ଡାଳ ପଡ଼ି ବିଦ୍ୟୁତ୍ ସେବା ଠପ ହୋଇଯାଇଛି । ଏହାକୁ ସଜାଡିବା ପାଇଁ ବିଦ୍ୟୁତ୍ କର୍ମଚାରୀ ମାନେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ବିଦ୍ୟୁତ୍ ସେବା ବିଳମ୍ବିତ ସମୟ ପର୍ଯ୍ୟନ୍ତ ସ୍ବଭାବିକ ହୋଇପାରି ନଥିଲା । ଭଂଜନଗର ଠାକୁରାଣୀ ଯାତ୍ରା ପାଇଁ, ସବ୍ ରେଜିଷ୍ଟାର୍ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଲାଇଟ୍ ଗେଟ୍ ଓ ଅସ୍ଥାୟୀ ବାଉଁଶ ତୋରଣ ସଂପୂର୍ଣ୍ଣ  ତଳେ ପଡ଼ି ଭାଙ୍ଗି ଯାଇଛି। ସେହିପରି ଡିଏଫ୍ଓଙ୍କ ବାସଭବନ ସମ୍ମୁଖରେ ଏକ ଗଛ ର ଡାଳ ଭଞ୍ଜନଗର ସେଲ୍ଫି ପଏଣ୍ଟ ଉପରେ ପଡିଯାଇଥିଲା । ବାଇପାସ୍ ରାସ୍ତାରେ ଏକ ବିରାଟ ଗଛ ଡାଳ ପଡି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ତୁରନ୍ତ ତାକୁ କାଟି ବାହାର କରିବା ପରେ ଯାତାୟତ ସ୍ବଭାବିକ ହୋଇଥିଲା । ସେହପରି ମୀନା ବଜାର , ଦୋଳି ସ୍ଥାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୋଳି ଭାଙ୍ଗି ଯାଇଥିବା ବେଳେ ବାଇପାସ୍ ରୋଡ଼ରେ ପଡିଥିବା ଅପେରା ପେଣ୍ଡାଲ୍ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି । ଏଥିସହ ଶ୍ରୀରାମ ନଗରରେ ମିଟୁ ନାୟକ, ଖ୍ରୀଷ୍ଟିଆନ୍ ସାହିର କାଳିଆ ବିଷୋୟୀ ଏବଂ କାଳୀବନ୍ଧ ସାହିରେ  ଜଣକ ଘର ଭାଙ୍ଗି ଯାଇଛି । ଏନେଇ ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଥିବା ଜଣାପଡ଼ିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୫/୨୦୨୩---୫,୩୫ Sakhigopal News,17/5/2023

Blog Archive

Popular Posts