ସାକ୍ଷୀଗୋପାଳ ରେ କାଳବୈଶାଖୀର ତାଣ୍ଡବଲୀଳା,ବିଦ୍ଯୂତସେବା ଠପ
ସାକ୍ଷୀଗୋପାଳ,-- ସାକ୍ଷୀଗୋପାଳ ରେ କାଳବୈଶାଖୀ ର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବର୍ଷା ସାଙ୍ଗକୁ ପବନ ଓ ଘଡଘଡି ମାରିଥିଲା । ଏପରିକି ଅନେକ ଯାଗାରେ ନଡ଼ିଆ ଗଛ ଭାଙ୍ଗି ଯାଇ ଘର ଓ ବିଦ୍ୟୁତ ତାର ଉପରେ ପଡ଼ିଛି। ଅନେକ ସ୍ଥାନରେ ଆଜବେଷ୍ଟସ ଓ ଟିଣ ଘର ଗୁଡ଼ିକ କ୍ଷିତ ହୋଇଛି । ସେହିପରି ସେବକ ସାହି ରାସ୍ତା ଉପରକୁ ବକୁଳବନର ଏକ ଗଛ ଓଲଟି ପଡିବା ପରେ ରାସ୍ତା ଅବରୋଧ ହୋଇଯାଇଛି। ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ମେସିନ କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରୁଛନ୍ତି । ସେହିପରି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ବିଦ୍ୟୁତ ସଂଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି। ସେହିପରି ଅଳଗୁମ ରେ ଥିବା ଗଣେଶ୍ୱର ଦେବଙ୍କ ମନ୍ଦିର ର ଦଧିନଉତି ବ୍ରଜପାତରେ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ଘର, ବିଦ୍ୟୁତ ତାର ଓ ଖୁଣ୍ଟ ଭାଙ୍ଗି ଯାଇଥିବା ର ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୫/୨୦୨୩---୮,୪୫ Sakhigopal News,25/5/2023