Breaking News

ଦଶମ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା




ଜଟଣୀ--ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନଅ ଜଣ A1 ସହ ଶତପ୍ରତିଶତ ସଫଳତା ଅର୍ଜନ କରିଛନ୍ତି | ଫଳାଫଳ ପ୍ରକାଶ ପରେ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ଜେନା ଓ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ A1 ଗ୍ରେଡ଼ ପାଇଥିବା ଛଅ ଜଣ ଭଉଣୀ ଓ ତିନି ଜଣ ଭାଇଙ୍କୁ ଫୁଲ ତୋଡ଼ା ଓ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ | A1ଗ୍ରେଡ଼ରେ ପ୍ରିୟଦର୍ଶିନୀ ସାହୁ 569 ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ପାଇଥିବା ବେଳେ ରୁଦ୍ର ପ୍ରସାଦ ଶତପଥୀ 565, ଶକ୍ତିରୁପା ମେକାପ 564, ସିମରନ ମିଶ୍ର 560, ତପସ୍ୱିନୀ ନାୟକ 559, ପ୍ରଶାନ୍ତ କୁମାର ବେହେରା 557, ଅଭିଜ୍ଞାନ ସାହୁ 556,ପ୍ରତୀକ୍ଷା ପଣ୍ଡା 556 ଓ ପୂଜା ଅର୍ଚ୍ଚନା ଗୌଡ଼ 564ନମ୍ବର ପ୍ରାପ୍ତ ହୋଇଛନ୍ତି | ସର୍ବମୋଟ 120 ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ A1 ଗ୍ରେଡ଼ରେ ନଅ ଜଣ, A2 ଗ୍ରେଡ଼ରେ 20 ଜଣ, B1 ଗ୍ରେଡ଼ରେ 34 ଜଣ, B2 ଗ୍ରେଡ଼ରେ 38 ଜଣ, C ଗ୍ରେଡ଼ରେ 18 ଜଣ ଓ D ଗ୍ରେଡ଼ରେ 1ଜଣ ସ୍ଥାନ ହାସଲ କରିଛନ୍ତି | ପ୍ରଧାନାଚାର୍ଯ୍ୟ ଶ୍ରୀ ଜେନା ବିଦ୍ୟାଳୟର ଗୁରୁଜୀ, ଗୁରୁମା, ଶିଶୁ, ଅଭିଭାବକ ଅଭିଭାବିକାମାନଙ୍କୁ ସଫଳତାର ସମସ୍ତ ଶ୍ରେୟ ଦେବା ସହ କୃତି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳମୟ କାମନା କରିଛନ୍ତି ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୫/୨୦୨୩----୫,୨୦ Sakhigopal News,22/5/2023

Blog Archive

Popular Posts