>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ଟାଟାପାୱାର ଖାମଖିଆଲ ନୀତି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ସ୍ୱାଇଁ ପରିବାର : ହୁତୁ ହୁତୁ ହୋଇ ଜଳିଲା ବିଦ୍ୟୁତ ଖୁଣ୍ଟ





    ଜଟଣୀ --- ରାଜ୍ୟରେ ନିରବଛିନ୍ନ ଓ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ଦାଇତ୍ୱ ନେଇଥିବା ଟାଟା ପାୱାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ୨ ବର୍ଷରୁ ଉର୍ଦ୍ଧ ବିତ୍ତି ଯାଇଥିଲେ ମଧ୍ୟ ଜଟଣୀ ସହରରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇନାହିଁ l ବର୍ତ୍ତମାନ ସହରରେ ମାତିଥିବା ଅନେକ ବେସରକାରୀ କେବୁଲ ଟିଭି କମ୍ପାନୀ ଗୁଡିକ ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହାତ ଗୁଞ୍ଜା ଦେଇ ବିଦ୍ୟୁତ ଖୁଣ୍ଟ ଗୁଡିକୁ ନିଜ ଅକ୍ତିଆରକୁ ନେଇଯାଇଥିବା କୁହାଯାଉଛି l ଖୁଣ୍ଟ ଗୁଡିକରେ କେବୁଲ ତାର ବିଛାଇ ଏକ ପ୍ରକାର ବୁଢିଆଣୀ ଜାଲ ଭଳି ଗୋଳାଇ ସେଥିରେ ସେଟପ ବକ୍ସ ଲଗାଇବା ଫଳରେ ସେଥିରେ କେତକ ପକ୍ଷୀ ବସା ବାନ୍ଧିଛନ୍ତି ।ଯାହା ଫଳରେ ବେଳେ ବେଳେ ବିଦ୍ୟୁତ ସଟସର୍କିଟ ହୋଇ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଥାଏ ଓ ବିଦ୍ୟୁତ ସଂଯୋଗ ବ୍ୟାହତ ଘଟେ l ଏଭଳି ଘଟଣା ସ୍ଥାନୀୟ ଥାନା ଛକରୁ ବାଛରା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାର୍ଶ୍ୱ ତଥା ଆରଆଇ ଅଫିସ ନିକଟରେ ରହୁଥିବା ଭାସ୍କର ସ୍ୱାଇଁ ବାସଗୃହ ସାମ୍ନାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଗତ ବିଳମ୍ବିତ ରାତ୍ରରେ ହଠାତ ନିଆଁ ଲାଗି ଖୁଣ୍ଟରେ ଗୁଡ଼ାହୋଇ ରହିଥବା କେବୁଲ ତାରରେ ବିଦ୍ୟୁତ ସଂଯୋଗ ହୋଇ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା l ନିଆଁର ରୂପ ଏତେ ଉଗ୍ରରୂପ ଥିଲା ଯାହାକି ସ୍ଥାନୀୟ ବାସିନ୍ଦା ଆୟତ୍ତ କରିପାରି ନ ଥିଲେ l ଏହା ଦେଖି ସ୍ୱାଇଁ ପରିବାର ଭୟଭିତ ହୋଇ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ l ବିଦ୍ୟୁତ ଖୁଣ୍ଟଟି ସ୍ୱାଇଁ ଘର ନିକଟରେ ଥିବା ହେତୁ କାଳେ ନିଆଁ ଘର ମଧ୍ୟକୁ କିଛି ଦୁର୍ଘଟଣା ଘଟାଇବ ସେଥିପାଇଁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ l ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ l ନିଆଁ ଲାଗି  ବିଦ୍ୟୁତ ସଂଯୋଗର ବ୍ୟାହତ ହେବା ଫଳରେ ସେଠାରେ କିଛି ଘଣ୍ଟା ଉତ୍ତେଜନା ଲାଗିରହିଲା l ତୁରନ୍ତ ଦୁର୍ଘଟଣା ଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ଟିକୁ ସ୍ଥାନାନ୍ତରିତ ପାଇଁ ସ୍ବାଇଁ ପରିବାର ଯୁକ୍ତି ବାଢିଥିଲେ । ଯାହାକି ଅସହ୍ୟ ଗରମ ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା  ସ୍ଥାନୀୟ ପୋଲିସ ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ ହୋଇ ଥିଲା l  ବିଦ୍ୟୁତ ବିଭାଗର ଖାମଖିଆଲ ତଥା ସହରରେ ଥିବା ଛୋଟବଡ଼ ଇଣ୍ଡଷ୍ଟ୍ରି, ୱେଲଡିଂ ଦୋକାନ, ସର୍ଭିସିଙ୍ଗ ଦୋକାନିଙ୍କ ସହ ମଧୁଚନ୍ଦ୍ରିକାରେ ମାସିକ ମୋଟା ଅଙ୍କର ଟଙ୍କା ନେଇ ଚୁପ ବସନ୍ତି l ସେମାନେ ୫ କିଲୋୱାଟ ଜାଗାରେ ଦୁଇ କିଲୋୱାଟ ସଂଯୋଗ, ଥ୍ରୀ ଫେଜ ସଂଯୋଗ ଜାଗାରେ ଟୁ ଫେଜ ସଂଯୋଗରେ କାମ କରୁଛନ୍ତି । ଓଭର ଲୋଡ଼ ପଡିବା ଫଳରେ ସଟସର୍କିଟ ହୋଇ ନିଆଁ ଲାଗି ତାର ଜଳିଥାଏ l ତେଣୁ ସ୍ଥାନୀୟ ବିଦ୍ୟୁତ ବିଭାଗ ଚଢ଼ାଉ କରି ବେନିୟମ ଭାବେ ନେଇଥିବା ବିଦ୍ୟୁତ ସଂଯୋଗ ଗ୍ରାହକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ଦଣ୍ଡ ବିଧାନ କଲେ ସାଧାରଣ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀଙ୍କ ମତ l 
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୫/୨୦୨୩----୮,୪୫ Sakhigopal News,29/5/2023

    Blog Archive

    Popular Posts