ଜଟଣୀରେ ବିଶ୍ୱ ପାଠାଗାର ଦିବସ ପାଳିତ
ଜଟଣୀ -----ସ୍ଥାନୀୟ ଓଡିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ଓ ବିପିନ ବିହାରୀ ପାଠାଗାର ଠାରେ ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ବିଶ୍ୱ ପାଠାଗାର ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ କୁମାର ମୋହନ ମହାନ୍ତି, ଶ୍ରୀ ତ୍ରିଲୋଚନ ମହାପାତ୍ର, ସୁଦର୍ଶନ ମହାପାତ୍ର, ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ , ଇଂ ରାଜେନ୍ଦ୍ର ପ୍ରସାଦ ନାୟକ, ପଦ୍ମାଳୟା ପାଣିଗ୍ରାହୀ, ସସ୍ମିତା ନାୟକ, ପଣ୍ଡିତ ରମାକାନ୍ତ ମିଶ୍ର, ଦେବଯାନୀ ରାୟ, ସୁସ୍ମିତା ମୟୀ ସାହୁ, ରବିନ୍ଦ୍ର ମିଶ୍ର, ଜଗଦୀଶ ମହାପାତ୍ର, ଇଂ ରବିନ୍ଦ୍ର କୁମାର ଦାସ, ସୁକାନ୍ତି ମହାପାତ୍ର ଆଜିର ଦିବସର ବିଶେଷତ୍ୱ ତଥା ପାଠାଗାର ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ଶ୍ରୀପ୍ରହ୍ଲାଦ ସ୍ୱାଇଁ ସୂଚନା ପ୍ରଦାନ କରିଥିବାବେଳେ ସମ୍ପାଦକ ଶ୍ରୀ ପ୍ରଭାତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୩----୮,୫୫ Sakhigopal News,23/5/2023