ସତ୍ୟବାଦୀ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନରେ ଚଞ୍ଚକତା ପ୍ରେସମିଟ ମାଧ୍ୟମରେ ଅଭିଯୋଗ ଆଣିଲା ବିଜେପି
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନରେ ଚଞ୍ଚକତା କରାଯାଇଛି ଏହା ସହିତ ବ୍ଳକ ଏବେ ଅଚଳ ଅବସ୍ଥାରେ ରହିଛି ବୋଲି ବିଜେପି ପକ୍ଷରୁ ଏକ ପ୍ରେସମିିଟ ମାଧ୍ୟମରେ ଅଭିଯୋଗ ଅଣାଯାଇଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ସତ୍ୟବାଦୀ କଲ୍ୟାଣ ମଣ୍ଡପରେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରେସମିଟରେ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ପରିଡା, ସଭ୍ୟା ବିଷ୍ଠିୁପିୟା ବରାଳ,ମହୁରା ସମିତିସଭ୍ୟ ପ୍ରେମାନନ୍ଦ ବେହେରା, ଶୁକଳ ସରପଞ୍ଚ ଲଳିତ ମୋହନ ସେନାପତି, ସାରଙ୍ଗଯୋଡି ସରପଞ୍ଚ ଜ୍ୟେତିମୟୀ ରଥ, ଆଳିସ ସରପଞ୍ଚ ସୁରେନ୍ଦ୍ର ଚନ୍ଦ୍ର ସେଠୀଙ୍କ ସହିତ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରଧାନ, ମୂଳଅଳସାର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପ୍ରଧାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ବିଜେପିର ଆଗଧାଡିର କର୍ମୀ ମାନେ ଏହି ପ୍ରେସମିଟ ସମୟରେ ଉପସ୍ଥିତ ରହିଥିଲେ । ବିଜେପି ନେତା ଶ୍ରୀ ମିଶ୍ର ବ୍ଳକରେ ବିଡିଓଙ୍କ ସହିତ ବିଭିନ୍ନ ପଦାଧିକାରୀଙ୍କର ବଦଳି ଯୋଗୁ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ପଞ୍ଚାୟତ ସମିତି ବୈଠକ ଦୁଇ ମାସରେ ହେବାର ନିୟମ ରହିଥିଲେ ମଧ୍ୟ ତାହା କରାଯାଉନାହିଁ । ବିଶେଷ କରି ବ୍ଳକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଥିଲେ ମଧ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଏ ସମ୍ପର୍କରେ ସଠିକ ଅବଗତ କରାଯାଉନାହିଁ । ଯାହା ଫଳରେକି ଜନସାଧାରଣ ମଧ୍ୟ ସେମାନଙ୍କ ଅଭିଯୋଗ କରିବାରୁ ବଞ୍ଚିତ ହୋଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ପନ୍ଦରଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ସତ୍ୟବାଦୀ ବିଜେପି ପକ୍ଷରୁ ରାଜରାସ୍ତାକୁ ଓହ୍ଳାଇବ ବୋଲି ବିଜେପି ନେତା ଶ୍ରୀ ମିଶ୍ର ପ୍ରେସମିଟରେ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୩----୭,୧୦ Sakhigopal News 23/5/2023