Breaking News

ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର



ଜଟଣୀ --- ଆମରି ସତ୍ୟ ବିକାଶ ପରିଷଦ, ଜଟଣୀ ଆନୁକୁଲ୍ୟରେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ସହଯୋଗ ରେ ପାଲା ଗାୟକ  ସୁଦର୍ଶନ ମହାପାତ୍ରଙ୍କ  ସଭାପତିତ୍ଵରେ ‘ଆମ ସଂସୃତିରେ  ସାବିତ୍ରୀ ବ୍ରତ’ ଏକ ଆଲୋଚନାଚକ୍ର  ବନମାଳି କଲୋନୀ ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।  ଆଲୋଚନାରେ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ରମାକାନ୍ତ ମିଶ୍ର ବିଭିନ୍ନ ପୁରାଣ, କାବ୍ୟ, କବିତାର ଉଦାହରଣ ଦେଇ ସାବିତ୍ରୀ ବ୍ରତର ସାମାଜିକ, ଆଧ୍ୟାତ୍ମିକ ତତ୍ଵ ଏବଂ ନାରୀ ଧର୍ମ ର ତାତ୍ତ୍ୱିକ ଦିଗ ଉପରେ ଆଲୋକପାତ କରି ଥିଲେ। ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଦାମ୍ପତ୍ୟ ଜୀବନରେ କିପରି ସୁସମ୍ପର୍କ ସ୍ଥାପନ ହୋଇପାରିବ, ପରିବାରରେ କିପରି ଶାନ୍ତି ବିରାଜମାନ କରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆମରି ସତ୍ୟ ପତ୍ରିକାର ପ୍ରତିଷ୍ଠାତା ଡ: ପ୍ରମୋଦ ଚନ୍ଦ୍ର ଦାଶ ଅଧୁନାନ୍ତନ ସମାଜରେ ପୂର୍ବରୁ ପାଳିତ ପର୍ବ ପର୍ବାଣୀର ମହକ କିପରି ହ୍ରାସ ପାଇଛି ସେ ବିଷୟରେ ଆଲୋଚନା କରିଥିଲେ। ଡ: ସୁକାନ୍ତି ମହାପାତ୍ର, ଶ୍ରୀମତୀ ସ୍ଵସ୍ତିଦା ପାଲ୍ ଓ ପଦ୍ମଲୋଚନ ସାହୁ ଆଲୋଚନାରେ ଭାଗନେଇ ସାବିତ୍ରୀ ବ୍ରତର ବିଧି ବିଧାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ, ଦେବନାଥ ଦାଶ, ଜଗନ୍ନାଥ ନାୟକ, କାହ୍ନୁଚରଣ ସାହୁ , ସୁରେଶ ସ୍ଵାଇଁ  ପ୍ରଭୃତି କବିତା ପାଠ କରିଥିଲେ। ପରିଶେଷରେ ଶ୍ରୀ ବ୍ରଜବନ୍ଧୁ ନାୟକ ଧନ୍ୟବାଦ  ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୫/୨୦୨୫---୯,୪୫ Sakhigopal News,27/5/2025

Blog Archive

Popular Posts