Breaking News

ଆର୍ଟ ଅଫ ଗିଭିଂ ପକ୍ଷରୁ ଦଶମ ଆନ୍ତର୍ଜାତୀୟ ଦିବସ ପାଳିତ




ଭଞ୍ଜନଗର - ଅନ୍ୟକୁ ସ୍ନେହ , ସହାନୁଭୂତି ଏବଂ ସାହାଯ୍ୟ କରିବା ରେ ଅସରନ୍ତି ଆନନ୍ଦ ମିଳିଥାଏ । ଏପରିକି  ଗରୀବ ଅସହାୟ ଏବଂ ଅନ୍ୟକୁ ସାହାଯ୍ୟ କରୁଥିବା ମଣିଷ ଙ୍କୁ ଯଦି ଟିକିଏ ସହାନୁଭୂତି ଦେଖାଯାଏ , ତା' ହେଲେ ସେମାନଙ୍କ ମନୋବଳ ଆହୁରି ବଢ଼ିଯାଏ । ଏଣୁ ଜୀବନରେ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ସମସ୍ତଙ୍କ ପାଖରେ ଜାଗ୍ରତ ହେବା ଆବଶ୍ୟକ । ସ୍ନେହ ଆକାରରେ ହେଉ କିମ୍ବା ସମ୍ବଳ ମାଧ୍ୟମରେ ହେଉ । ଅନ୍ୟକୁ କିଛି କିଛି ଦାନ କରିବା ହେଉଛି ଏକ କଳା । ଯାହା ଇଶ୍ଵର ଦତ୍ତ । ଏହି ବିଚାରଧାରା କୁ ଆଧାର କରି ସମଗ୍ର ବିଶ୍ୱର ୧୧୦ ରାଷ୍ଟ୍ର ରେ ଆଜି ପାଳିତ ହୋଇଯାଇଛି " ହେଲପିଙ୍ଗ୍ ଦି ହେଲପ୍" କାର୍ଯ୍ୟକ୍ରମ । କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍  ର ପ୍ରତିଷ୍ଠାତା ଡ଼଼. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ‘ଆର୍ଟ ଅଫ୍ ଗିଭିଂ’ର ଆଜି ୧୦ ମ ଆର୍ନ୍ତଜାତୀୟ ଦିବସ ଭଞ୍ଜନଗର ଠାରେ ପାଳିତ ହୋଇଯାଇଛି। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ  କନ୍ଧମାଳ ସାଂସଦଙ୍କ ନଗର ପ୍ରତିନିଧି ପଞ୍ଚାନନ ପାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ସାଂସଦ ପ୍ରତିନିଧି ଦିବାକର ନାୟକ,ଡ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ର ସଦସ୍ୟ , ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ , ସ୍ବାସ୍ଥ୍ୟ ସେବକ , ସ୍ବାସ୍ଥ୍ୟ ସେବିକା , ଅଗ୍ନିଶମ ବାହିନୀ କର୍ମଚାରୀ , ଆଧ୍ୟାତ୍ମିକ ସଂଗଠନ ର ସଦସ୍ୟ , ପରିବେଶବିତ୍ ଏବଂ ଖବରଦାତା ଙ୍କ ଭଳି ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରାଯାଇଥିଲା ।  ସମାଜସେବୀ ଶୂଳପାଣୀ ଶତପଥୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ , ସ୍ବେଚ୍ଛାସେବୀ ଜଗଦୀଶ ପାଣିଗ୍ରାହୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ । ସେହିଭଳି ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ବିରିପୁର , କାଦୁଆ ଏବଂ ପ୍ରତାପୁର ଠାରେ , ଏହିକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ବିପ୍ରଚରଣ ବାରିକ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ , ସ୍ବେଛାସେବୀ ଏବଂ ବିଭିନ୍ନ ସାହାଯ୍ୟକାରୀ ମହିଳା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହ ବସ୍ତ୍ର ଓ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା । ଡଃ ସାମନ୍ତ ଙ୍କ ଦ୍ଵାରା ପରିକଳ୍ପିତ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇଥିଲା । ଏବଂ ସାହାଯ୍ୟକାରୀ ଙ୍କୁ ସାହାଯ୍ୟ କରିବାର ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇଥିଲେ ସ୍ଥାନୀୟ ଅଞ୍ଚଳର ଲୋକେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୫/୨୦୨୩----୯,୪୫ Sakhigopal News,17/5/2023

Blog Archive

Popular Posts