Breaking News

ଜଙ୍ଗଲ ରୁ ନିଖୋଜ ଯୁବକ ଙ୍କ ଗଳିତ ମୃତଦେହ ଉଦ୍ଧାର


କନ୍ଧମାଳ --- ବାଲିଗୁଡା ଥାନା ବାଦୀକେତା ଗାଁ ନିକଟସ୍ଥ ଜଙ୍ଗଲ ରୁ ନିଖୋଜ ଯୁବକ ଙ୍କ ଗଳିତ ମୃତଦେହ  ଉଦ୍ଧାର କରିଛି ବାଲିଗୁଡା ପୋଲିସ l ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲ କୁ ମୃତଦେହ ପଠାଯାଇଛି l ଗଳିତ ମୃତ ଦେହ ଠାବ ପରେ ପାରିପାର୍ଷିକ ସ୍ଥିତି କୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି l ତେବେ ଉଦ୍ଧାର ହୋଇଥିବା ଯୁବକ ଙ୍କୁ ହତ୍ୟା କରା ଯାଇଛି ନା ସ୍ୱାଭାବିକ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ l 
ତେବେ ଉଦ୍ଧାର ହୋଇଥିବା ମୃତ ଦେହ ର ପରିଚୟ ଜଣା ପଡିଛି l ମୃତ ଯୁବକ ହେଲେ ରାଇକିଆ ଥାନା ଗୁମମାହା ଗାଁ ର ଭବାନୀ ଶଙ୍କର ପଣ୍ଡା l  ଗତ 13 ତାରିଖ ରେ ବାଲିଗୁଡା  ନିଜ ଭେଣେଇ ଘର କୁ ଆସି ନିଖୋଜ ହୋଇଥିଲେ  l ନିଖୋଜ ପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ ସନ୍ଧାନ ନ ମିଳିବାରୁ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୫/୨୦୨୩ ---୫,୧୦ Sakhigopal News,22/5/2023

Blog Archive

Popular Posts