Breaking News

ଅଭିଷେକ ଭୂଏ ଓଇଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ର ଅବସରପ୍ରାପ୍ତ ଶିକ୍ଷକ ଶୁଶିଲ କୁମାର ଭୂଏ ଓ ଧର୍ମପତ୍ନୀ ସରଳା ଭୂଏଙ୍କ ପୁତ୍ର ଅଭିଷେକ ଭୂଏ ଓଇଏସ୍ ପରୀକ୍ଷାରେ  ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବର୍ତ୍ତମାନ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡା  ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ନିଷ୍ଠାପର ଉଦ୍ୟମ ଓ ନିଜ ପ୍ରଚେଷ୍ଟାରେ ସଫଳ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସମଗ୍ର ଅଞ୍ଚଳରେ  ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ତାଙ୍କ ନିକଟକୁ ଆସୁଛି । ଏହା ସହିତ ସମଗ୍ର ଗାଇସିଲେଟ ବ୍ଲକ ସମେତ ଗୌରେନମୁଣ୍ଡା  ଉଚ୍ଚ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ, କର୍ମଚାରୀ ସମେତ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି। ସମଗ୍ର ଅଞ୍ଚଳର ଗର୍ବ ଓ ଗୌରବ ଓ ସଫଳତା ଆଣିଛନ୍ତି ଅଭିଷେକ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୫/୨୦୨୩----୭,୪୫ Sakhigopal News,19/5/2023

Blog Archive

Popular Posts