Breaking News

ମହିଳା ଗୋଷ୍ଠୀ ମାନଙ୍କୁ ଆଇସିଏଆର ବିଭାଗ ପକ୍ଷରୁ ବିଭିନ୍ନ ମେସିନ ପ୍ରଦାନ ସହିତ ଖାଦ୍ୟ ପ୍ରକିୟାକରଣ ସମ୍ପର୍କେ ତାଲିମ ପ୍ରଦାନ



 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମରେ ପ୍ରତିଭା ସଞ୍ଚୟ ମହିଳା ଗୋଷ୍ଠୀ ମାଧ୍ୟମରେ ଆଇସିଏଆର ବିଭାଗ ପକ୍ଷରୁ ବିଭିନ୍ନ ମେସିନ ପ୍ରଦାନ କରାଯିବା ସହ ପ୍ରାୟ୬୦ ଜଣ ମହିଳାଙ୍କୁ ଫୁଡ ପ୍ରୋସେସିଙ୍ଗ ସମ୍ପର୍କେ ତାଲିମ ପ୍ରଦାନ କରାଯାଇଛି ।    ସେମାନେ ହେଲେ ଜ୍ୟେତିପ୍ରଭା, ସୁପ୍ରଭା, କଲ୍ୟାଣି, ସ୍ୱୟଂପ୍ରଭା, ଗାୟତ୍ରୀ ଓଚର୍ଚ୍ଚିକା ମହିଳା ଗୋଷ୍ଠୀର ପ୍ରାୟ ୬୦ ଜଣ ମହିଳାଙ୍କୁ ଧାନକଳ, ଚିନାବାଦାମ ମଞ୍ଜିଛଡା ମେସିନ, ଅଟା, ଚାଉଳଗୁଣ୍ଡ, ହଳଦୀଗୁଣ୍ଡ, ମସଲାଗୁଣ୍ଡ, ନଡାକଟା, ଧାନ ଅମଳ ମେସିନର ବ୍ୟବହାର କରିବା ସହିତ ଆଖ ପାଖ ଗ୍ରାମରେ ଥିବା ମହିଳା ଗୋଷ୍ଠୀ ମାଧ୍ୟମରେ ମେସିନ ଭଡା ଲଗାଇ ଦି ପଇସା ରୋଜଗାର କରିବା ପାଇଁ  ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଆଇସିଏଆର( କୃଷିରତ ମହିଳା ସଂସ୍ଥାନ) ବିଭାଗର ଡାଇରେକ୍ଟର ଡ. ଶ୍ରୀମତି ମ୍ରିଦୁଲା ଦେବୀ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଖାଦ୍ୟ ପ୍ରକିୟା କରଣର ବୈଜ୍ଞାନିକ ସଚ୍ଚିଦାନନ୍ଦ ସ୍ୱାଇଁ, ପ୍ରଧାନ ବୈଜ୍ଞାନିକ ଡ, ଜ୍ୟୋତି ନାୟକ ଟେକେନିକାଲ ଅଧିକାରିଣୀ ଶ୍ରୀମତି ଗୀତା ସାହା ଓ ସତ୍ôୟାଦୀ ବ୍ଳକର ସମିତିସଭ୍ୟା ଶକୁନ୍ତଳା ପ୍ରଧାନ ଓ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସହିତ ପ୍ରତିଭା ସଞ୍ଚୟ ମହିଳା ଗୋଷ୍ଠୀର ମହିଳାନେତ୍ରୀ କନକଲତା ପଣ୍ଡା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।   କାର୍ଯ୍ୟକ୍ରମକୁ ମହିଳାନେତ୍ରୀ କନକଲତା ପଣ୍ଡା ସଂଯୋଜନା କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୩----୭,୧୦ 
  Sakhigopal News, 18/5/2023

Blog Archive

Popular Posts