ଠିକାଦାର ସଂସ୍ଥାକୁ ବଞ୍ଚାଇବାକୁ ଯାଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଭୁଲତଥ୍ୟ ଦେଲେ ଭାରତ ସରକାରଙ୍କ ଅତିରିକ୍ତ ସଚ୍ଚିବଙ୍କୁ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ବିଭୁତିବାଟିକା ଠାରେ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମାତ୍ର ଏହା କାଗଜପତ୍ରରେ ସମସ୍ତ କାମ ସରିଥିବା ବେଳେ ପକୃତ ପକ୍ଷେ ହାତଗଣତି କେତଟି ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଇଛି । ଅଧିକାଂଶ ସ୍ଥାନରେ ରାସ୍ତା କରରେ ପାଇପି ପଡିରହିଛି । କେତକ ସ୍ଥାନରେ ଘର ଦୁଆର ଆଗରେ ବଗ ଥଣ୍ଟ ପରି ପାଇପି ବାହାରି ରହିଛି ପାନୀୟ ଜଳ ଯୋଗାଣ ହୋଇନାହିଁ । ସୁଚନାଯୋଗ୍ୟ ଯେ ଏହି ପ୍ରକଳ୍ପ କାର୍ଯ୍ୟ ଦେଖିବା ପାଇଁ ଶନିବାର ଭାରତ ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗର ଅତିରିକ୍ତ ସଚ୍ଚିବ ବିକାଶ ସିଲ ସତ୍ୟବାଦୀ ବ୍ଳକର ବଳପୁର ସ୍ଥିତ ବିଭୁତିବାଟିକାଠାରେ ମେଗା ବସୁଧା ଜଳ ପ୍ରକଳ୍ପ ବୁଲି ଦେଖିଥଲେ । ମାତ୍ର ତାଙ୍କୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଭୁଲତଥ୍ୟ ପ୍ରଦାନ କରିବା ସହିତ ସଠିକ ତଥ୍ୟ ପ୍ରଦାନ କରାଯାଇନଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି । ଏହି ମେଗା ପ୍ରକଳ୍ପ ପାଇଁ ୩୪କୋଟି ୬୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି । ୧୬ା୧୧ା୨୦୧୬ରେ କାମ ଆରମ୍ଭ ହୋଇଥିଲା । ୩୦ା୧୧ା୨୦୧୯ରେ ଶେଷ ହୋଇଯାଇଛି ବୋଲି ଉକ୍ତ ବୋର୍ଡରେ ଉଲ୍ଲେଖ ରହିଛି । ମାତ୍ର ପକୃତ ପକ୍ଷେ ସେହି ବଳପୁର ପଞ୍ଚାୟତର କୁସୁମେଶ୍ୱର, ମାଳସାହି, ବଁପାଳ, ପଥୁରିଆସାହି, ଦୁହୁଡିସାହି ଅଧିକାଂଶ ଗ୍ରାମରେ ସଠିକ ପାନୀୟ ଜଳ ଯୋଗାଣ ହୋଇନାହିଁ । ଏହି କାମ ଏଲଆଣ୍ଡଟି କମ୍ପାନୀ କରୁଥବା ଜଣାପଡିଛି । ମାତ୍ର ଭାରତ ସରକାରଙ୍କ ସଚ୍ଚିବ ଆସିବେ ବୋଲି ଯୁଦ୍ଧକାଳୀନ ମଧ୍ୟରେ ବଳପୁର ପଞ୍ଚାୟତର ତଥା ବିଭୁତିବାଟିକା ଠାରୁ ଅଳ୍ପଦୁରରେ ଥିବା ଆନନ୍ଦପୁର ଗ୍ରାମରେ ଥିବା ସମସ୍ତ ପରିବାରଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଥିଲା । ସଚ୍ଚିବଙ୍କୁ ଉକ୍ତ ଗ୍ରାମକୁ ନେଇ ଏଲଆଣ୍ଡଟି କମ୍ପାନୀ କିପରି ସଠିକ ଭାବେ ପାନୀୟ ଜଳ ଯୋଗାଣ କରି ପାରିଛି ଲବଂ ସ୍ୱଚ୍ଚ ପାନୀୟ ଜଳ ଯୋଗାଣ ହେଉଛି ତାହା ଦେଖାଇବା ସହ ସେମାନଙ୍କ ହାତ ବାରିସି ସାଜିଥିବା ଲୋକମାନଙ୍କ ସହିତ ଆଲେଚନା କରିଥିଲେ । ଯାହାକି ସଠିକ କଥା ତଥା ଅପରାଗତ ଏଲଆଣ୍ଡଟି କମ୍ପାନୀକୁ ବଞ୍ଚାଇବାକୁ ଯାଇ ଓଡିଶା ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ମାନେ ମିଛି ତଥ୍ୟ ପ୍ରଦାନ କରିଛନ୍ତି । ଏଲଆଣ୍ଡଟି କମ୍ପାନୀକୁ ବଞ୍ଚାଇବାକୁ ଯାଇ କାହିଁକ ଏପରି ମିଥ୍ୟା ତଥ୍ୟ ଭାରତ ସରକାରଙ୍କ ଅତିରିକ୍ତ ସଚ୍ଚିବଙ୍କୁ ଦେଲେ ଏହାର ଭିତିରି କଥା କିଛି ଜଣାପଡୁନାହିଁ ବୋଲି ବଳପୁର ପଞ୍ଚାୟତ ଠାରୁ ସତ୍ୟବାଦୀର ବହୁ ବୁଦ୍ଧିଜୀବୀ ମାନେ ଆଲେଚନା କରୁଛନ୍ତି । ସେହିପରି ଉକ୍ତ ଅତିରିକ୍ତ ସଚ୍ଚିବ ଶ୍ରୀ ସିଲଙ୍କୁ ସ୍ୱାଗତ କରିବା ପାଇଁ କିଛି ମହିଳା ଗୋଷ୍ଠୀଙ୍କୁ ଡକାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ସଚ୍ଚିବଯନ୍ତ୍ରୀ ପ୍ରମୋଦ ନାୟକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସର୍ବେଶ୍ୱର ମହାପାତ୍ର, ଅଧିକ୍ଷଣଯନ୍ତ୍ରୀ ଅଭିମନ୍ୟୁ ବାରିକ, ସହକାରୀ ନିର୍ବାହୀଯନ୍ତ୍ରୀ ସତ୍ୟଜିତି ସାହୁ, କନିଷ୍ଠଯନ୍ତ୍ରୀ ସୁଜତା ପରିଡା ଓ ଅନିତାରାଜ ପଣ୍ଡାଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନା ଦାସଙ୍କ ସହିତ ସ୍ଥାନୀୟ ସରପଞ୍ଚ ପିୟଙ୍କା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରକଳ୍ପରୁ ସତ୍ୟବାଦୀ ବ୍ଳକର ସମସ୍ତ ପଞ୍ଚାୟତକୁ ଯାଇ ପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲେଚନା କରିଥିଲେ । ସେହିପରି ଏହି ପ୍ରକଳ୍ପରେ ଖର୍ଚ୍ଚ ହେଉଥିବା ବିଜୁଳି ଖର୍ଚ୍ଚ କିପରି ଭରଣା କରାଯିବ ସେଥିପାଇଁ ପଞ୍ଚାୟତ ସ୍ତରରେ ଯୋଗାଣ ହୋଇଥିବା ପ୍ରତି ପରିବାରଙ୍କ ଠାରୁ କିଛି ଅର୍ଥ ଆଦାୟ କରିବା ପାଇଁ ଆଲେଚନା କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ଅତିରିକ୍ତ ସଚ୍ଚିବ ଶ୍ରୀ ସିଲ ନିର୍ଦ୍ଦେଶ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୩---୮,୨୫