Breaking News

ମହିଳା କମିଶନ ଅଧ୍ୟକ୍ଷା ଙ୍କୁ ସମ୍ମାନ ଜନକ ପୁରସ୍କାର



ଭଞ୍ଜନଗର -  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ. ମିନତୀ ବେହେରାଙ୍କୁ ସମ୍ମାନ ଜନକ "ଦାଦା ସାହେବ ଫାଲକେ - ନାରୀଶକ୍ତି ଆଇକନ୍ ସମ୍ମାନ - ୨୦୨୩" ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ, ଲୋଧିରୋଡ଼ ସ୍ଥିତ ଇସଲାମିକ୍ ସାଂସ୍କୃତିକ କେନ୍ଦ୍ର ଠାରେ ଆୟୋଜିତ ଚତୁର୍ଥ ତମ ଦାଦାସାହେବ୍ ଫାଲକେ - ୨୦୨୩ ସମ୍ମାନ ଉତ୍ସବ କାର୍ଯ୍ୟକ୍ରମ । ୨୦୨୩ ବର୍ଷ ନିମନ୍ତେ "ନାରୀଶକ୍ତି ସମ୍ମାନ " ସୂଚକ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ ଶତାବ୍ଦୀ ରାୟ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ଡଃ. ବେହେରା । ଅନ୍ୟମାନଙ୍କ ମଧ୍ୟରେ , ଦେଶର  ପ୍ରମୁଖ ବ୍ୟକ୍ତି ବିଶେଷ , ବିଭିନ୍ନ ରାଜ୍ୟରୁ ଆସିଥିବା ରାଜନେତା ଓ କେନ୍ଦ୍ରମନ୍ତ୍ରୀ ପ୍ରମୁଖ , ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରାଙ୍କୁ ମିଳିଥିବା ଏହି ସମ୍ମାନ ଜନକ ପୁରସ୍କାର , ରାଜ୍ୟ ମହିଳାଙ୍କ ପାଇଁ ଗୌରବ ଆଣିଛି ବୋଲି ସେ କହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୫/୨୦୨୩----୬,୨୦ 
Sakhigopal News,27/5/2023

Popular Posts