Breaking News

ଟିଭି ଦେଖେଇବାକୁ ଡାକି ୮ ବର୍ଷ ର ନାବାଳିକା ଙ୍କୁ ଦୁଷ୍କର୍ମ ; ଥାନାରେ ଅଭିଯୋଗ

 
କନ୍ଧମାଳ---  ଟିଭି ଦେଖେଇବାକୁ ଡାକି ୮ ବର୍ଷ ର ନାବାଳିକା ଙ୍କୁ ଦୁଷ୍କର୍ମ  ହୋଇଥିବା ନେଇ ଥାନାରେ ଅଭିଯୋଗ  ହୋଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି କୋଟଗଡ ଥାନା ମାଦାଙ୍ଗି ଅଞ୍ଚଳରେ। ମାଦାଙ୍ଗି ଗ୍ରାମ ର ଅକେଡ଼ିମାହା ସାହି ର ଅଭିଯୁକ୍ତ କିସାନ ସାନସେଟ ନାବାଳିକା ଙ୍କୁ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ କୋଟଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ଥାନା ରେ ମାମଲା ରୁଜୁ ପରେ ଅଭିଯୁକ୍ତ କିସାନ ସାନସେଟ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ଦୁଇ ଜଣ ନାବାଳିକା ଙ୍କୁ ଟିଭି ଦେଖେଇବା ବାହାନାରେ ନିଜ ଘର କୁ ଡାକିଥିଲା l ପରେ ଜଣେ ନାବାଳିକା କୁ ଘରୁ ତଡି ଦେଇ ଆଠ ବର୍ଷ ର ଅନ୍ୟ ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଙ୍କ ପରିବାର ଅଭିଯୋଗ କରିଛନ୍ତି l ଘଟଣା ସାମ୍ନା କୁ ଆସିବା ପରେ ନାବାଳିକା ଙ୍କ ପରିବାର ଲୋକ କୋଟଗଡ଼ ଥାନା ରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି l ସେପଟେ କୋଟଗଡ଼ ପୋଲିସ ମାମଲା ରୁଜୁ କରିବା ସହ ଦୁଷ୍କର୍ମ ଅଭିଯୁକ୍ତ କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୫/୨୦୨୩---୮,୪୫ Sakhigopal News,24/5/2023

Blog Archive

Popular Posts