ଗାଈ ଚରାଇବାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ , ଜଣେ ଆହତ
ଭଞ୍ଜନଗର-- ତାରସିଂ ଥାନା ଅନ୍ତର୍ଗତ ନୂଆଁବାଙ୍ଗତରା ଗ୍ରାମରେ ଗାଈ ଚାରାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଏନେଇ ତାରାସିଂ ଥାନା ପୁଲିସ , ୧୬୫/୨୩ ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଦିପ୍ତ କୁମାର ଦାସ କହିଛନ୍ତି । ପୋଲିସ୍ ଦେଇଥିବା ସୂଚନା ପ୍ରକାରେ ଗତ ୧୩ ତାରିଖ ରେ ବୃନ୍ଦାବନ ନାଇକ ନିଜ ବିଲରେ ଚାଷ କରୁଥିବା ବେଳେ , ଦେବ ଗୈାଡଙ୍କ ଗାଈ ସେହି ବିଲରେ ଚରୁଥିଲା । ଏହାକୁ ନେଇ , ଦେବ ଓ ବୃନ୍ଦାବନ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଦେବ ଉତକ୍ଷିପ୍ତ ହେଇ ଧରିଥିବା ଏକ ଟାଙ୍ଗିଆରେ ଅଚାନକ ଆକ୍ରମଣ କରିଥିଲା । ଫଳରେ ବୃନ୍ଦାବନ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଧାର କରି ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୃନ୍ଦାବନ ବର୍ତ୍ତମାନ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା , ଥାନାଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୩---୮,୫୦ Sakhigopal News,26/5/2023