Breaking News

ସତ୍ୟବାଦୀ ବ୍ଳକ ନୁହେଁ ଜିଲ୍ଲା ଟପ୍ପର ହେଲେ ଛାତ୍ରୀ ବିଜେତା



ସାକ୍ଷୀଗୋପାଳ--- ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସତ୍ୟବାଦୀ ବ୍ଳକରେ ଟପ୍ପର ହେବା ସହ ପୁରୀ ଜିଲ୍ଲା ରେ ସେ ଟପ୍ପର ହୋଇଥିବା ଜଣାପଡିଛି। ଛାତ୍ରୀ ଜଣକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀହୋଇଥିଲେ ମଧ୍ୟ ବିଦ୍ୟାଳୟ କୁ ଦଶମ ଶ୍ରେଣୀଖୋଲିବା ପାଇଁ ଅନୁମତି ନ ଥିବାରୁ ପଞ୍ଚସଖା ବିଦ୍ୟାପୀଠ ବନପୁର ରେ ପରୀକ୍ଷା ଦେଇଥିଲେ    ବିଜେତା ବେହେରା । ସେ ମୋଟ ୬୦୦ ନମ୍ବରରୁ ୫୮୨ ନମ୍ବର ରଖି ସତ୍ୟବାଦୀ ବ୍ଳକରେ ଟପ୍ପର ହେବା ସହିତ ପୁରୀ ଜିଲ୍ଲାରେ ମଧ୍ୟ ଟପ୍ପର ହୋଇଛନ୍ତି । ସେ ହେଉଛନ୍ତି ଗୋପାଳପୁର ପାଟଣା ( ହୋତାସାହି) ଗ୍ରାମର ମାତା-ବିନିତା ସାହୁ ବାପା ଜିତେନ୍ଦ୍ର ବେହେରାଙ୍କ ଝିଅ । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ଘରେ ଓ ସାହି ପଡିଶା ସାଙ୍ଗସାଥୀ ମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏ ସମ୍ପର୍କେ ବିଜେତା କହନ୍ତି ମୋ ପରିଶମର ଫଳ ମୁଁ ପାଇଛି । ଏହି ସଫଳତା ପାଇଁ ପ୍ରଥମେ ମୋ ବାପା ଓ ମା, କକାଖୁଡୀଙ୍କ ସହିତ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାଙ୍କୁ ଦେବି । ସେମାନଙ୍କ ଯୋଗୁ ଆଜି ମୁଁ ଏହି ସଫଳତା ପାଇଛି । ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ଯ ବୋଲି ବିଜେତା କହନ୍ତି।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୩---୭,୧୦

Sakhigopal News, 18/5/2023

Blog Archive

Popular Posts