Breaking News

ନଳକୂପ ଅଚଳ ; ଅଭିଯୋଗ କରିବା ପରେବି ମରାମତି ହେଉନି



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର  ସୁରଲାଗି ବରଗଛ ନଳକୂପଟି ଆଜକୁ ପ୍ରାୟ ୧୫ ଦିନ ହେବ ଅଚଳ ହୋଇ ପଡିଛି । ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତରେ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହା ଫଳରେକି ଏହି ନଳକୁପ ଉପରେ ପ୍ରାୟ ୫୦ଟି ପରିବାର ନିର୍ଭର କରିଥାନ୍ତି । ଅନ୍ୟ ପକ୍ଷେ ଖରାଦିନ ଯୋଗୁ ପାଣି ପାଇଁ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପାଣିୟ ଜଳ ପାଇଁ ହାହା କାର ପଡିଛି । ମେଗା ପାନୀୟ ଜଳ ପ୍ରକଳ୍ପ ସତ୍ୟବାଦୀ ବ୍ଳକର ବଳପୁର ଠାରେ ଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଠିକ କାର୍ଯ୍ୟକ୍ଷମ ହୋଇନାହିଁ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୫/୨୦୨୩---୭,୧୦  

  Sakhigopal News,24/5/2023

Blog Archive

Popular Posts