Breaking News

ବିଷଧର ସାପ କାମୁଡି ଦେବାରୁ ମହିଳାଙ୍କର ମୃତ୍ୟୁ

The woman died after being bitten by a poisonous snake

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁର ପଞ୍ଚାୟତର ବଁପାଳ ଗ୍ରାମର ମଞ୍ଜୁ ନାୟକ (୫୬) ମହିଳା ଘରେ ଶୋଇଥିବା ସମୟରେ ତାଙ୍କୁ  ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡି ଦେବା ପରେ ମଞ୍ଜୁ ତୁରନ୍ତ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକମାନେ ତୁରନ୍ତ ମଞ୍ଜୁଙ୍କୁ ପାଖ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସତ୍ୟବାଦୀ ଥାନାରେ ମଞ୍ଜୁଙ୍କ ପୁଅ କୃଷ୍ଣଚନ୍ଦ୍ର ନାୟକ ସତ୍ୟବାଦୀ ଥାନାରେ ଲିଖିତ ଭାବେ ଜଣାଇବା ପରେ ୧୭/୨୦୨୨ରେ ଏକ ଅପମୃତ୍ୟୁ କେସରୁଜ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଥିଲା । ବ୍ୟବଛେଦ ପରେ ଶବଦାହ ପାଇଁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୧/୭/୨୦୨୨---୫,୩୦    Sakhigopal News, 11/7/2022

Blog Archive

Popular Posts