ଯୁବ ଅଟୋ ମେକାନିକଙ୍କର ଅକାଳ ମୃତ୍ୟୁ , ସରକାରୀ ସହାୟତା ପାଇଁ ଦାବି
Premature death of young auto mechanic, demands for government assistance
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ଅରାଗଡ ଗ୍ରାମର ଯୁବ ମେକାନିକ ଲିପକ ମୁଦୁଲିଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା । ସେ ଜଟଣୀ ସ୍ଥିତ ଲୋକ କଲୋନିରେ ଅଟୋ ଗ୍ୟାରେଜରେ ମେକାନିକ ଥିଲେ । ଦେହ ଖଣାପ ଲାଗୁ ଥିବାରୁ ଗ୍ୟରେଜ ଯାଇନଥିଲେ । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ସୁଚନାଯୋଗ୍ୟ ଯେ ୯ ମାସ ତଳେ ତାଙ୍କ ବାପା ଜମିରେ କାମ କରୁଥିବା ବେଳେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁରେ ସାଙ୍କ ସାଙ୍ଗ ସାଥୀ ଓଗ୍ରାମାବସୀ ମାନେ ମର୍ମାହତ ହୋଇପଡିଛନ୍ତି । ସ୍ଥାନୀୟ ସରପଞ୍ଚ ରଜନୀ ଶାସମଲ , ସମିତିସଭ୍ୟ ତଥା ଡେଲାଙ୍ଗ ବ୍ଳକ ଉପାଧ୍ୟକ୍ଷ ଦୁର୍ବରସା ନିଶଙ୍କ, ପୂର୍ବତନ ସରପଞ୍ଚ ଜ୍ଞାନ ରଞ୍ଜନ ଶାସମଲ, ମନୋରଞ୍ଜନ ଜେନା, ପ୍ରଶାନ୍ତ ନନ୍ଦ ମହାପାତ୍ର, ମଣ୍ଟୁ ମହାନ୍ତି , ଚିତ୍ତରଞ୍ଜନ ମାଝୀ ପ୍ରମୁଖ ଉକ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତୁରନ୍ତ ଉକ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୭/୨୦୨୨---୬,୪୦
Sakhigopal News, 6/7/2022