Breaking News

ଗାଲେରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ ତମ ବନମହୋତ୍ସବ ପାଳିତ

 The 73rd Forest Festival is celebrated on the premises of Gallery High School.
ଭଞ୍ଜନଗର---ସ୍ଥାନୀୟ ଗାଲେରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ସବୁଜ ବାହିନୀ ଗାଲେରୀ ଉଚ୍ଚ ବିଦ୍ୟାଳୟ, ଦକ୍ଷିଣ ଘୁମୁସର ବନଖଣ୍ଡ ଓ ଭଞ୍ଜନଗର ସମ୍ବାଦ ସାହିତ୍ୟଘର ଆନୁକୁଲ୍ୟରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଅଛି। ଏଥିରେ କବିସମ୍ରାଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ  କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିଲେ । ପ୍ରାକ୍ତନ ବନପାଳ ଶ୍ରୀ ଅନୁପମ ବାନାର୍ଜୀ, ସାହିତ୍ୟିକ ମନୁନନ୍ଦ ପତି, ମୁଜାଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ପାଣିଗ୍ରାହୀ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରହ୍ମନପଦର ର ପ୍ରଧାନ ଶିକ୍ଷକ ଶ୍ରୀ ଅଯୋଧ୍ୟାନାଥ ସାହୁ ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥିଲେ । ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ ଜେନା କାର୍ଯକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣର ଉପକାରିତା ଓ ସମ୍ପ୍ରତି ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅରୁପ କୁମାର ମହାପାତ୍ର ଶିକ୍ଷାର୍ଥୀ ମାନଙ୍କୁ ବୃକ୍ଷ ହିଁ ଜୀବନର ବାର୍ତ୍ତା ପ୍ରେରଣ କରିଥିଲେ ।
 ଅତିଥିମାନେ ବିଦ୍ୟାଳୟ ପରିସରରେ ଚାର ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟ ସବୁଜ ବାହିନୀ ତତ୍ତ୍ୱାବଧାରକ ଶ୍ରୀ ଆଦିତ୍ୟପ୍ରସାଦ ତ୍ରିପାଠୀ, ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ମଲ୍ଲିକ, ଶ୍ରୀ ସୁଶିଲ କୁମାର ସାହୁ, ଶ୍ରୀ ଗୋପାଳ କୃଷ୍ଣ ଦଳବେହେରା, ଶ୍ରୀ ଦିବ୍ୟଜ୍ୟୋତି ପ୍ରଧାନ, ଶ୍ରୀ ଶେଷଦେବ ପଣ୍ଡା, ଶ୍ରୀ ସାଗର ମହାରଣା, ଶ୍ରୀ ପ୍ରଦୀପ ମଲ୍ଲିକ ସହ ଶିକ୍ଷୟତ୍ରୀ ଶ୍ରୀମତୀ ଉଷାରାଣୀ ସାମନ୍ତ  ଆଦି ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଯତ୍ନ ନେବାପାଇଁ ଶପଥପାଠ କରାଇବାସହ  ଧନ୍ୟବାଦ ଅର୍ପଣ କରିଥିଲେ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୭/୨୦୨୨---୧୦,୨୦ Sakhigopal News,6/7/2022

Blog Archive

Popular Posts