Breaking News

ବିଭିନ୍ନ ଅନୁଷ୍ଠାନ ଦ୍ୱାରା ବନ ମହୋତ୍ସବ ପାଳିତ

Forest festivals are celebrated by various institutions.


ଓଡ଼ଗାଁ:-ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆଶିଷ କହଁରଙ୍କ ସହଯୋଗରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବଭିନ୍ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓମ୍ ଶାନ୍ତି ତପୋବନ ରୋହିବାଙ୍କ ଆଶ୍ରମରେ ପଦ୍ମଶ୍ରୀ ସାବରମତୀ, ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ, ରୋହିବାଙ୍କ ପଞ୍ଚାୟତ ନାଏବ ସରପଂଚ ପ୍ରଶାନ୍ତ କୁମାର ପାତ୍ର, ସାମାଜିକ କର୍ମୀ ବିକ୍ରମ କୁମାର ନାୟକ ଏବଂ ବ୍ରହ୍ମ କୁମାରୀ ଓ କୁମାର ଭାଇଭଉଣୀଙ୍କ ସହଯୋଗରେ ଆଶ୍ରମ ପରିସରରେ ଚାରାରୋପଣ କରାଯାଇଥିଲା। ସେହିପରି ପିମିଟ୍ କଲେଜ ସ୍ନାତକ ବିଭାଗ ଓ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ୱେଛାସେବୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସୁଶୀଳ କୁମାର ପ୍ରଧାନ, ମହାବିଦ୍ୟାଳୟ ଅଧ୍ଯକ୍ଷ ସୁନୀଲ ମହାପାତ୍ର, ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ସୁରେଶ ପ୍ରଧାନ ଏବଂ ପରିବେଶପ୍ରେମୀ ପ୍ରଫୁଲ ମାଝି ପ୍ରମୁଖ ଚାରାରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୬/୭/୨୦୨୨-----୯,୪୦ Sakhigopal News,6/7/2022

Blog Archive

Popular Posts